ଛତିଶଗଡ଼ରେ ଜୁନିୟର୍ କରାଟେ ପ୍ରତିଯୋଗିତାରେ ବ୍ରୋଞ୍ଚ ପଦକ ହାସଲ କଲେ ରାଇପଡା ପ୍ରାଥମିକ ବିଦ୍ୟାଳୟର ଛାତ୍ରୀ,ସୁଶ୍ରୀ ସାଇ ସରନା।

utkalnews7
By
0

ରଣପୁର,୨୫/୦୭(ଉତ୍କଳ ନ୍ୟୁଜ୍୭):ଛତିଶଗଡ ଠାରେ ଗତ ୨୧ ତାରିଖରେ ଅନୁଷ୍ଠିତ ସର୍ବଭାରତୀୟ କରାଟେ ଚମ୍ପିୟାନସିପ୍ ୨୦୨୨ ପ୍ରତିଯୋଗିତାରେ ରାଇପଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପଞ୍ଚମ ଶ୍ରେଣୀର ଛାତ୍ରୀ ସୁଶ୍ରୀ ସାଇ ସରନା ପଣ୍ଡା ଜୁନିୟର କରାଟେରେ ବୋଞ୍ଚ ପଦକ ହାସଲ କରିଥିବା ଜଣାପଡ଼ିଛି। ଛତିଶଗଡ଼ର କୃଷିମନ୍ତ୍ରୀ ରବିନ୍ଦ୍ର ଚଉବେ ଓ ବିଧାୟକ ଧର୍ମଜିତ୍ ସିଂ ତାଙ୍କୁ ବ୍ରୋଞ୍ଚ ପଦକ ପ୍ରଦାନ କରିଥିବା ଜଣାପଡ଼ିଛି। ସୁଶ୍ରୀ ଭାରତ ସ୍କାଉଡ୍ ଆଣ୍ଡ ଗାଇଡ୍ ର ଶ୍ରେଷ୍ଠ ବୁଲବୁଲ ଭାବରେ ଗୋଲଡେନ୍ ୟାରୋ ପୁରସ୍କାର ଜାତୀୟ ସ୍ତରରେ ମଧ୍ୟ ହାସଲ କରିଛନ୍ତି।ସେ ଜଣେ ମେଧାବୀ ଛାତ୍ରୀ ସାଙ୍ଗକୁ ଜଣେ କଣ୍ଠଶିଳ୍ପୀ ଭାବରେ ସୁନାମ ଅର୍ଜନ କରିଛନ୍ତି। ରଣପୁର ଆଦର୍ଶ ବିଦ୍ୟାଳୟ ପାଇଁ ମନୋନିତ ହୋଇଥିବା ଜଣାପଡିଛି। ରାଇପଡା ପ୍ରଧାନ ଶିକ୍ଷକ ରବିନ୍ଦ୍ର କୁମାର ନାୟକ ଓ ରଣପୁର ବ୍ଲକ ଶିକ୍ଷା ଅଧିକାରିଣୀ ବନଲତା ବେହେରା ତାଙ୍କୁ ଅଭିନନ୍ଦନ ଜଣାଇବା ସହ ସାଙ୍ଗ ସାଥି ଓ ବିଦ୍ୟାଳୟର ଅନ୍ୟ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଥିବା କହିଛନ୍ତି। ସାଙ୍ଗ ସାଥି ମହଲ ଓ ପରିବାର ରେ ସୁଶ୍ରୀ ବ୍ରୋଞ୍ଚ ପଦକ ପାଇଥିବା ଯୋଗୁଁ ଆନନ୍ଦ ଉଲ୍ଲାସ ଭରିଦେଇଛି।

Post a Comment

0 Comments

Please Select Embedded Mode To show the Comment System.*