ନାବାଳିକାଙ୍କର ଆପତ୍ତିଜନକ ଫୋଟୋ ଭାଇରାଲ କରି ଶିକ୍ଷକ ଗିରଫ।

utkalnews7
By
0


ରଣପୁର,୨୭/୦୭,(ଉତ୍କଳ ନ୍ୟୁଜ୍୭) : ଦୁଇଜଣ ନାବାଳିକାକୁ ଅସଦାଚରଣ ଅଭିଯୋଗରେ ଜଣେ ଶିକ୍ଷକକୁ ଗିରଫ କରିଛି ରଣପୁର ପୋଲିସ। ସୂଚନା ଅନୁସାରେ ନୟାଗଡ ଜ଼ିଲ୍ଲା ନନ୍ଦୀଘର ଗ୍ରାମର ରାଜେଶ ବେହେରା ରଣପୁର ଥାନା ଅନ୍ତର୍ଗତ ସୁନାଖଳାରେ ରହି ପୂର୍ବରୁ ଛାତ୍ରଛାତ୍ରୀ ମାନଙ୍କୁ ଟିୟୁସନ କରିବା ସହ ଏକ ଘରୋଇ ସ୍କୁଲ ରେ ଶିକ୍ଷକତା କରୁଥିଲେ । ସେ ସମୟରେ କେତେଜଣ ଛାତ୍ରୀଙ୍କ ସହ ସମ୍ପର୍କ ରଖି ଅସଦାଚରଣ କରିଥିଲେ । ପରବର୍ତୀ ସମୟରେ ରାଜେଶ ସୁନାଖଳାରୁ ଯାଇ ଓଡଗାଁରେ ଶିକ୍ଷକତା କରିବା ବେଳେ ପୁଣି ସେହି ଛାତ୍ରୀ ମାନଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ୍ୟ କରିଥିଲେ।ଛାତ୍ରୀ ମାନେ ଏହାକୁ ପ୍ରତିବାଦ କରିବାରୁ ଛାତ୍ରୀ ମାନଙ୍କର ଅନ୍ତରଙ୍ଗ ମୁହୂର୍ତ୍ତର କିଛି ଫୋଟୋ ଭାଇରାଲ କରିଥିଲା । ଏହାପରେ 2ଜଣ ଛାତ୍ରୀ ଏବଂ ତାଙ୍କ ପରିବାର ଲୋକ ରଣପୁର ଥାନାରେ ଅଭିଯୋଗ କରିବା ପରେ ପୋଲିସ ୧୭୯/୨୨ ଓ ୧୮୦/୨୨ ରେ ମାମଲା ରୁଜୁ କରି ଶିକ୍ଷକକୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି ।



Post a Comment

0 Comments

Please Select Embedded Mode To show the Comment System.*