ଗୋରୁ ବୋଝେଇ କଣ୍ଟେନର ଜବତ,୨୪ ଗାଈ ଉଦ୍ଧାର,୨ଅଟକ।

utkalnews7
By
0



ଟାଙ୍ଗୀ,୨୭/୦୭(ଉତ୍କଳ ନ୍ୟୁଜ୍୭): ଦିନକୁ ଦିନ ରାଜ୍ୟରେ ବଢ଼ିବାରେ ଲାଗିଛି ବେଆଇନ ଗୋରୁ ଚାଲାଣ।ଏନେଇ ଜନ ଅସନ୍ତୋଷ ବୃଦ୍ଧି ପାଉଥିବା ବେଳେ ଏଥିରୁ ବାଦ ପଡ଼ିନି ଖୋର୍ଦ୍ଧା ଜିଲ୍ଲା। ଗତ କିଛି ମାସ ହେବ ଏକାଧିକ ଥର ପୋଲିସ ଗୋ ଚାଲାଣ ଯୋଜନା ପଣ୍ଡ କରିଥିବା ବେଳେ ବହୁତ ଦିନ ପରେ ଆଜି ପୁଣି ଏକ ବଡ଼ ଧରଣର ବେଆଇନ ଗୋ ଚାଲାଣକୁ ରୋକିବାରେ ସଫଳ ହୋଇଛି ନିରାକାରପୁର ପୋଲିସ।ଏକ ଗୋରୁ ବୋଝେଇ ଆଇଚର ଟ୍ରକକୁ ଜବତ କରି ତନ୍ମଧ୍ୟରୁ ୨୪ ଗୋଟି ଜୀବନ୍ତ ଗୋରୁକୁ ଉଦ୍ଧାର କରିଛି।ତେବେ କିଛି ଅସାଧୁ ପୋଲିସ କର୍ମଚାରୀକୁ ହାତ କରି ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ, ନିରାକାରପୁର, ବାଣପୁର, ବାଲୁଗାଁ ଥାନା ଅଞ୍ଚଳରେ ଏବେ ମାତିଛନ୍ତି ଗୋରୁ ବେପାରୀ ଦଲାଲ୍ ବର୍ତ୍ତମାନ ଦଲାଲ୍ ଙ୍କୁ ଗିରଫ କରିବା ପୋଲିସ ପାଇଁ ପାଲଟିଛି ବଡ଼ ଚ୍ୟାଲେଞ୍ଜ। ସୂଚନା ମୁତାବକ ଆଜି ଟାଙ୍ଗୀ ଥାନା ପଣସପୁର ଅଞ୍ଚଳରୁ ନୂଆ ଜଗନ୍ନାଥ ସଡକ ନିରାକାରପୁର ଦେଇ ପୁରୀ ଜିଲ୍ଲା ଚନ୍ଦନପୁର ଥାନା ସୁକଳ ଅଞ୍ଚଳକୁ ଏକ ବେଆଇନ ଗୋରୁ ବୋଝେଇ କଣ୍ଟେନର ଯାଉଥିବାର ନିରାକାରପୁର ଥାନା ଅଧିକାରୀଣୀ ଗୀତାଞ୍ଜଳି ନାୟକ ବିଶେଷ ସୂତ୍ରରୁ ସୂଚନା ପାଇଥିଲେ।ସମୟ  ବିଳମ୍ବ ନକରି ସଙ୍ଗେ ସଙ୍ଗେ ଥାନଖ ଅଧିକାରୀଣୀ ଓ ତାଙ୍କ ଟିମ ଉକ୍ତ ଗାଡିକୁ ଧରିବା ପାଇଁ ଯୋଜନା କରିଥିଲେ ଏବଂ ପରିଶେଷରେ ଗାଡିକୁ ଜବତ କରିଥିଲେ।ଗାଡ଼ିରୁ ୨୪ ଗୋଟି ଗୋରୁ ଉଦ୍ଧାର ହୋଇଥିବା ବେଳେ ଗାଡ଼ି ଚାଳକ ଓ ହେଲ୍ପରକୁ ପୋଲିସ ଅଟକ ରଖିବା ସହ ୧୪୮/୨୨ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

Post a Comment

0 Comments

Please Select Embedded Mode To show the Comment System.*