ଭୁବନେଶ୍ବର,(ଉତ୍କଳ ନ୍ୟୁଜ୍୭),୨୯/୭: ଜଟୀଳ ହେବାରେ ଲାଗିଛି କାଶୀପୁର ଝାଡ଼ାବାନ୍ତି ସମସ୍ୟା। ବର୍ତ୍ତମାନ ପର୍ଯ୍ୟନ୍ତ ଝାଡ଼ାବାନ୍ତିରେ ୧୩ ଜଣଙ୍କର ଜୀବନ ଯାଇଥିବା ବେଳେ ଏହାରି ଭିତରେ ଝାଡ଼ାବାନ୍ତି ସ୍ଥିତିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର । ସେ କହିଛନ୍ତି, ବର୍ତ୍ତମାନ ରାଜ୍ୟରେ ଝାଡ଼ାବାନ୍ତି ସ୍ଥିର ରହିଛି।ଏବେ ୬ଟି ଜିଲ୍ଲାରେ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ଏହି ଜିଲ୍ଲାଗୁଡ଼ିକରେ ମୋଟ ୩୮୨ ଜଣ ଏଥିରେ ଆକ୍ରାନ୍ତ ହୋଇଛନ୍ତି । ଏହାବ୍ୟତୀତ ଝାଡ଼ାବାନ୍ତିରେ ୧୩ ଜଣଙ୍କର ମୃତ୍ୟୁ ହୋଇଛି ।ଝାଡାବାନ୍ତିରେ ରାୟଗଡ଼ା ଜିଲ୍ଲାରୁ ୯ ଜଣ, ଗଜପତିରୁ ଜଣେ, ନବରଙ୍ଗପୁର ଜଣେ, ନୂଆପଡ଼ା ଜଣେ, କୋରାପୁଟ ଜିଲ୍ଲା ଦଶମନ୍ତପୁର ଅଞ୍ଚଳରୁ ଜଣଙ୍କର ମୃତ୍ୟୁ ହୋଇଛି ବୋଲି ଡାକ୍ତର ମହାପାତ୍ର ସୂଚନା ଦେଇଛନ୍ତି।ସେ ଆହୁରି କହିଛନ୍ତି, ସବୁ ସ୍ଥାନରେ ଝାଡ଼ାବାନ୍ତିକୁ ନିୟନ୍ତ୍ରଣ କରିବା ପାଇଁ ଅନେକ ପଦକ୍ଷେପ ନିଆଯାଉଛି । ଆଉ ଏଥିପାଇ ଭିନ୍ନ ଭିନ୍ନ ବିଭାଗ କାର୍ଯ୍ୟ କରୁଛନ୍ତି । ପିଇବା ପାଣିକୁ ବିଶୋଧନ କରି ପିଇବା ପାଇଁ ସମସ୍ତଙ୍କୁ ସଚେତନ କରାଯାଉଛି । ଲୋକମାନେ ଖୋଲାରେ ଥିବା ଜଳ ଉତ୍ସକୁ ବ୍ୟବହାର କରନ୍ତୁ ନାହିଁ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଶେଷ ନଜର ରଖାଯାଇଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି।
%20(24).jpeg)
0 Comments