ଗାଁ ପାଇଁ ସମ୍ମାନ ଆଣିଲେ ଶିବ ଶଙ୍କର।

utkalnews7
By
0


ରଣପୁର,(ଉତ୍କଳ ନ୍ୟୁଜ୍୭),୨୯/୦୭: ରଣପୁର ବ୍ଲକ୍ କନ୍ଧନୟାଗଡ଼ ଗ୍ରାମର ଶିବଶଙ୍କର ଦାଶ ନିଜ ଗାଁ ମାଟି ଲାଗି ଆଣିଛନ୍ତି ସମ୍ମାନ।ପେଷାରେ ଶିକ୍ଷକତା କରୁଥିବା ଶିବଶଙ୍କର ଜି.ଦୟଗିରି ସ୍ଥିତ ହବାକ ଉଚ୍ଚ ବିଦ୍ୟାଳୟରେ ତାଲିମ ପ୍ରାପ୍ତ ସ୍ନାତକ ଶିକ୍ଷକ ଭାବରେ କାର୍ଯ୍ୟ କରୁଥିବା ବେଳେ ଦିଲ୍ଲୀ ସରକାରଙ୍କ ଶିକ୍ଷା ବିଭାଗର ସ୍ନାତକ ଶିକ୍ଷକ ପଦ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି।ଶ୍ରୀମାନ ଶିବଶଙ୍କର ଡ଼ଃ ହରିହର ଦାଶ ଓ ପୁସ୍ପାଞ୍ଜଳୀ ଦାସଙ୍କ ସୁପୁତ୍ର ଅଟନ୍ତି।ଏହି ସଫଳତା ପାଇଁ ଶ୍ରୀମାନ ଦାଶଙ୍କୁ ପରିବାର ବର୍ଗ ଓ ବନ୍ଧୁ ବାନ୍ଧବଙ୍କ ସହ ସାଙ୍ଗ ପ୍ରସାନ୍ତ କୁମାର ବେହେରା,ମିଲୁ ଖୁଣ୍ଟିଆ,ବାଦଲ ଦାସ, ପ୍ରସାନ୍ତ ଦାସ, ପୃଥି ରଞ୍ଜନ ଖମାରୀ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି।

Tags:

Post a Comment

0 Comments

Please Select Embedded Mode To show the Comment System.*