Ad Code

Responsive Advertisement

କାଉନସିଲର୍ ରୁ ଦେଶର ସର୍ବୋଚ୍ଚ ପଦବୀରେ ଓଡ଼ିଆ ଝିଅ;ଦ୍ରୌପଦୀ ମୁର୍ମୁଙ୍କ ରାଜନୀତିର ଜୀବନ ଯାତ୍ରା।



ଭୁବନେଶ୍ବର,(ଉତ୍କଳ ନ୍ୟୁଜ୍୭),୨୧/୦୭:କାଉନସିଲର୍ ରୁ ଯାତ୍ରା ଆରମ୍ଭ କରି ରାଷ୍ଟ୍ରପତି ପଦରେ ମନୋନୀତ ହୋଇଥିବା ଓଡିଶାର ଝିଅ ଦୌପଦୀ ମୁର୍ମୁଙ୍କ ଯାତ୍ରା ଏପର୍ଯ୍ୟନ୍ତ ସଂଘର୍ଷରେ ପରିପୂର୍ଣ୍ଣ ହୋଇଆସିଛି।ଏହାକୁ ନେଇ "ଉତ୍କଳ ନ୍ୟୁଜ୍୭" ବିଶେଷ ଉପସ୍ଥାପନା। ଆଦିବାସୀ ଶ୍ରେଣୀରୁ ଓଡ଼ିଶାରୁ ଆସିଥିବା ଦ୍ରୌପଦୀ ପ୍ରଥମେ କାଉନସିଲର ଭାବରେ ନିଜର ରାଜନୈତିକ ଯାତ୍ରା ଆରମ୍ଭ କରି ଆଜି ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦରେ ପହଞ୍ଚିଛନ୍ତି। ଦ୍ରୌପଦୀ ଭାରତର ପ୍ରଥମ ଆଦିବାସୀ ରାଷ୍ଟ୍ରପତି ତଥା ଦ୍ୱିତୀୟ ମହିଳା ରାଷ୍ଟ୍ରପତି ହେବେ। ଦ୍ରୌପଦୀଙ୍କ ପୂର୍ବରୁ ପ୍ରତୀଭା ପାଟିଲ ମଧ୍ୟ ଦେଶର ପ୍ରଥମ ମହିଳା ରାଷ୍ଟ୍ରପତି ଭାବରେ ରହିଥିଲେ। ୬୩ ବର୍ଷୀୟ ଦ୍ରୌପଦୀ ଦେଶର ସର୍ବକନିଷ୍ଠ ଓ ୧୫ତମ ରାଷ୍ଟ୍ରପତି ଅଟନ୍ତି।କେବଳ ଯେ ଏତିକି ନୁହେଁ, ସେ ଦେଶର ପ୍ରଥମ ରାଷ୍ଟ୍ରପତି ଯିଏକି ସ୍ୱାଧୀନ ଭାରତରେ ୨୦ ଜୁନ୍ ୧୯୫୮ରେ ଓଡିଶାର ମୟୂରଭଞ୍ଜ ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଉପରବେଡ଼ା ଗ୍ରାମରେ ଏକ ସାନ୍ତାଳ ଆଦିବାସୀ  ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପିଲାଦିନ ଦାରିଦ୍ର‍୍ୟ ଏବଂ ଅଭାବ ଅନାଟନରେ ଅତିବାହିତ ହୋଇଥିବା ବେଳେ ସେ ସଂଘର୍ଷ କରୁଥିବା ସମୟରେ ଉଚ୍ଚତାକୁ ଛୁଇଁଛନ୍ତି। ବିଏ ପର୍ଯ୍ୟନ୍ତ ଅଧ୍ୟୟନ କରିଥିବା ଦ୍ରୌପଦୀ ୧୯୭୮ ରୁ ୧୯୮୩ ପର୍ଯ୍ୟନ୍ତ ଜୁନିଅର ଆସିଷ୍ଟାଣ୍ଟ ଭାବରେ ଜଳସେଚନ ଏବଂ ବିଦ୍ୟୁତ୍ ବିଭାଗରେ କାର୍ଯ୍ୟ କରିଛନ୍ତି। ୧୯୯୪ ରୁ ୧୯୯୭ ପର୍ଯ୍ୟନ୍ତ ସେ ରାଇରଙ୍ଗପୁରର ଶ୍ରୀ ଅରୋବିନ୍ଦୋ ଇଣ୍ଟେଗ୍ରାଲ୍ ଶିକ୍ଷା କେନ୍ଦ୍ରରେ ସହକାରୀ ଶିକ୍ଷକ ଭାବରେ କାର୍ଯ୍ୟ କରିଥିଲେ। ୨୦୦୦ ଏବଂ ୨୦୦୪ ମସିହାରେ ଦ୍ରୌପଦୀ ବିଜେପି ଟିକେଟରେ ରାଇରଙ୍ଗପୁର ଆସନରୁ ବିଧାୟିକା ଭାବରେ ନିର୍ବାଚିତ ହୋଇଥିଲେ। ସେ ବିଜେପି ଏସଟି ମୋର୍ଚ୍ଚାର ଜାତୀୟ କାର୍ଯ୍ୟନିର୍ବାହୀ ସଦସ୍ୟ ମଧ୍ୟ ରହିଥିଲେ। ୨୦୦୭ରେ ଦ୍ରୌପଦୀଙ୍କୁ ଓଡିଶା ବିଧାନସଭାର ଶ୍ରେଷ୍ଠ ବିଧାୟିକା ପୁରସ୍କାରରେ ସମ୍ନାନୀତ କରାଯାଇଥିଲା।ଦ୍ରୌପଦୀ ଓଡିଶା ସରକାରରେ ମଧ୍ୟ ମନ୍ତ୍ରୀ ରହିଥିଲେ। ସେ ଓଡିଶାରେ ବିଜେପି ଏବଂ ବିଜେପି ମିଳିତ ସରକାରରେ ମନ୍ତ୍ରୀ ରହିଥିଲେ। ମାର୍ଚ୍ଚ ୨୦୦୦ ରୁ ୨୦୦୪ ପର୍ଯ୍ୟନ୍ତ ସେ ରାଜ୍ୟର ବାଣିଜ୍ୟ ଏବଂ ପରିବହନ ଏବଂ ମତ୍ସ୍ୟ ଏବଂ ପଶୁ ସମ୍ପଦ ବିକାଶ ବିଭାଗର ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ପରେ ଦ୍ରୌପଦୀଙ୍କୁ ଝାଡ଼ଖଣ୍ଡର ପ୍ରଥମ ରାଜ୍ୟପାଳ ଦାୟୀତ୍ବ ଦିଆଯାଇଥିଲା ଯିଏକି ୨୦୦୦ ମସିହାରେ ରାଜ୍ୟ ଗଠନ ପରେ ପାଞ୍ଚ ବର୍ଷର କାର୍ଯ୍ୟ ସମାପ୍ତ କରିଥିଲେ। ସେ ୨୦୧୫ ରୁ ୨୦୨୧ ପର୍ଯ୍ୟନ୍ତ ଝାଡଖଣ୍ଡର ରାଜ୍ୟପାଳ ଭାବରେ ଦାୟୀତ୍ବ ନିର୍ବାହ କରିଥିଲେ।ତେବେ ଆସନ୍ତା ଜୁଲାଇ ୨୫ତାରିଖରେ ଭାରତର ସର୍ବୋଚ୍ଚ ନାଗରିକ ଭାବରେ ଶପଥ ଗ୍ରହଣ କରିବେ ଦ୍ରୌପଦୀ ମୁର୍ମୁୁ।

Post a Comment

0 Comments