ଏନଡିଏର ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ଉତ୍ସବ ପାଳନ କଲେ ସାମ୍ବାଦିକ ସଂଘ

utkalnews7
By
0

ଟାଙ୍ଗୀ,(ଉତ୍କଳ ନ୍ୟୁଜ୍୭),୨୧/୦୭:ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ସାମ୍ବାଦିକ ସଂଘ ପକ୍ଷରୁ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ଉତ୍ସବ ପାଳନ ହୋଇଯାଇଛି। ଓଡିଶା ମାଟିର ପ୍ରଥମ ଓଡିଆ ନାରୀ ଭାବେ ଦେଶର ସର୍ବୋଚ୍ଚ ଆସନ ମିଳିଥିବାରୁ ନିରାକାରପୁର ସାମ୍ବାଦିକ ସଂଘ ପକ୍ଷରୁ ସମସ୍ତ ସାମ୍ବାଦିକ ମିଠା ଖାଇ ଖୁସିର ଉତ୍ସବ ପାଳନ କରି ଆଖପାଖ ଲୋକମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରିଥିଲେ।ସାମ୍ବାଦିକ ସଂଘର ଉପଦେଷ୍ଟା ଲଛମନ ନାୟକ, ସଭାପତି ଦୀପକ ପ୍ରଧାନ, ସଂପାଦକ ଶ୍ୟାମସୁନ୍ଦର ପଟ୍ଟନାୟକ, ଉପସଭାପତି କପିଳେଶ୍ଵର ସିଂହ, କୋଷାଧ୍ୟକ୍ଷ ହିମାଂଶୁ ଭୂଷଣ ଚପଂତିରାୟ, ମୁଖପାତ୍ର ବିକ୍ରମ କେଶରୀ ସାହୁ, ସଭ୍ୟ ବିଭୁତି ଭୁଷଣ ଦାଶ,ଦାଶରଥି ଶ୍ରୀଚନ୍ଦନ, ପ୍ରକାଶ ବଳିୟାରସିଂହ, କାର୍ତିକ ସାମନ୍ତସିଂହାର, ଞ୍ୟାନ ରଂଜନ ଦାଶ, ସୁଚିତ୍ର ଭୁଜବଳ,ବାଲୁଙ୍କେଶ୍ୱର ବେହେରାଙ୍କ ସମେତ ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।ଏହି ବିଜୟ ଉତ୍ସବକାର୍ଯ୍ୟକ୍ରମରେ ସମାଜସେବୀ ପ୍ରସାଦ ଦାଶ ଓ ଉମାକାନ୍ତ ପ୍ରଧାନ ସହଯୋଗ କରିଥିଲେ।


Tags:

Post a Comment

0 Comments

Please Select Embedded Mode To show the Comment System.*