ଚିଲିକା ବିଧାୟକଙ୍କୁ ସର୍ତ୍ତମୂଳକ ଜାମିନ, ବର୍ଷେ ଯାଏଁ ଯାଇପାରିବେନି ନିର୍ବାଚନ ମଣ୍ଡଳୀ।

utkalnews7
By
0


ଭୁବନେଶ୍ଵର,(ଉତ୍କଳ ନ୍ୟୁଜ୍୭),୨୫/୦୭ :ଖୋର୍ଦ୍ଧା ଜିଲ୍ଲା  ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ସର୍ତ୍ତମୂଳକ ଜାମିନ। ବର୍ଷେ ଯାଏଁ ନିର୍ବାଚନ ମଣ୍ଡଳୀକୁ ଯାଇ ପାରିବେ ନାହିଁ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ଯଦି ନିର୍ବାଚନ ମଣ୍ଡଳୀ ଗସ୍ତ କରିବେ ତାହେଲେ ଜିଲ୍ଲାପାଳଙ୍କ ଅନୁମତି ନେବାକୁ ପଡିବ। ୫ ଜଣଙ୍କ ଠାରୁ ଅଧିକ ଲୋକଙ୍କୁ ନେଇ କୌଣସି ସମାବେଶ କରିପାରିବେ ନାହିଁ ବୋଲି ସର୍ତ୍ତ ରଖି ଜାମିନ ମଞ୍ଜୁର କରିଛନ୍ତି ସୁପ୍ରିମକୋର୍ଟ। ଏନେଇ ସୂଚନା ଦେଇଛନ୍ତି ଆଇନଜୀବୀ ମାନସ ଚାନ୍ଦ।ସୂଚନାଯୋଗ୍ୟ ଯେ, ଖୋର୍ଦ୍ଧା ଜିଲ୍ଲାର ବାଣପୁର ବ୍ଲକ ସମ୍ମୁଖରେ ଗତ ମାର୍ଚ୍ଚ ୧୨ ତାରିଖରେ ଅଭାବନୀୟ ଘଟଣା ଘଟିଥିଲା। ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ୨୦ଜଣରୁ ଅଧିକ ଲୋକଙ୍କ ଉପରେ କାର୍ ଚଢ଼ାଇ ଦେଇଥିବା ବେଳେ ଏଥିରୁ ବାଦ୍‌ ପଡିନଥିଲେ ବାଣପୁର ଥାନା ଅଧିକାରୀକି ସାଧାରଣଲୋକ । ପରିସ୍ଥିତି ଏପରି ହେଲା କି ସାଧାରଣ ଲୋକଙ୍କ ଆକ୍ରୋଶର ଶିକାର ହୋଇଥିଲେ ବାହୁବଳୀ ବିଧାୟକ । ଉତ୍ତ୍ୟକ୍ତ ଲୋକେ ବିଧାୟକଙ୍କୁ ରକ୍ତାକ୍ତ କରିବା ସହ ଦାମୀ କାର୍‌କୁ ଭାଙ୍ଗିରୁଜି ଚୁର୍‌ମାର କରିଦେଲେ । ଗୁରୁତର ଅବସ୍ଥାରେ ବିଧାୟକଙ୍କୁ ଉଦ୍ଧାର କରି ପ୍ରଥମେ ବାଣପୁର ମେଡିକାଲ ଓ ପରେ ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା।ସେଠାରେ ବିଧାୟକ ଙ୍କ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଥିଲା।ଏହାପରେ ଗିରଫ ହୋଇଥିଲେ ବାହୁବଳୀ ବିଧାୟକ।

Post a Comment

0 Comments

Please Select Embedded Mode To show the Comment System.*