ଗରିବ ସ୍ୱପ୍ନ ଦେଖିପାରେ,ତାକୁ ପୂରଣ ବି କରିପାରେ : ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

utkalnews7
By
0


ନୂଆଦିଲ୍ଲୀ,୨୫/୦୭:ଭାରତର ୧୫ତମ ରାଷ୍ଟ୍ରପତି ଭାବେ ଆଜି ଶପଥ ଗ୍ରହଣ କରିଛନ୍ତି ଓଡ଼ିଆ ଝିଅ ତଥା ପ୍ରଥମ ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁ । ସଂସଦର ସେଣ୍ଟ୍ରାଲ ହଲରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଏନ. ଭି. ରମନ୍ନା ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି ।ଶପଥ ନେବା ପରେ ଦ୍ରୌପଦୀ ମୁର୍ମୁ କହିଛନ୍ତି ଯେ, ‘ରାଷ୍ଟ୍ରପତି ପଦରେ ପହଞ୍ଚିବା ମୋର ବ୍ୟକ୍ତିଗତ ସଫଳତା ନୁହେଁ, ବରଂ ଭାରତର ପ୍ରତ୍ୟେକ ଗରିବଙ୍କ ସଫଳତା । ଭାରତର ଗରିବମାନେ ସ୍ୱପ୍ନ ଦେଖିବା ସହ ତାହାକୁ ପୂରଣ ମଧ୍ୟ କରିପାରିବେ, ମୁଁ ରାଷ୍ଟ୍ରପତି ହେବା ତାହାର ଏକ ବଡ଼ ପ୍ରମାଣ ।’ଏହା ସହ ରାଷ୍ଟ୍ରପତି ମୁର୍ମୁ କହିଛନ୍ତି ଯେ, ମୁଁ ମୋ ଜୀବନ ଯାତ୍ରା ଓଡ଼ିଶାର ଏକ ଛୋଟ ଆଦିବାସୀ ଗାଁରୁ ଆରମ୍ଭ କରିଥିଲି । ମୁଁ ଯେଉଁ ପୃଷ୍ଠଭୂମିରୁ ଆସିଛି, ସେଠାରେ ମୋ ପାଇଁ ପ୍ରାରମ୍ଭିକ ପାଠପଢ଼ିବା ମଧ୍ୟ ଏକ ସ୍ୱପ୍ନ । ଅନେକ ବାଧା ପରେ ବି ମୋ ସଂକଳ୍ପ ଦୃଢ଼ ଥିଲା ଓ ଗାଁ ଭିତରେ ମୁଁ ହିଁ ପ୍ରଥମ ଝିଅ ଭାବେ କଲେଜ ଯାଇ ପାଠ ପଢ଼ିଥିଲି । ମୁଁ ଜନଜାତି ସମାଜରୁ ଆସିଥିବା ଜଣେ ସାଧାରଣ ଝିଅ । ତଥାପି ଧୈର୍ଯ୍ୟ ଓ ଦୃଢ ସଙ୍କଳ୍ପ ପାଇଁ ଜଣେ କାଉନସିଲରରୁ ଆଜି ଦେଶର ସର୍ବୋଚ୍ଚ ସାମ୍ବଧାନିକ ପଦବୀ ପଯ୍ୟନ୍ତ ପହଞ୍ଚିପାରିଛି । ଏହା ତାଙ୍କର ବ୍ୟକ୍ତିଗତ ଅନୁଭୂତି ନୁହେଁ ବରଂ ଦେଶର ଗଣତନ୍ତ୍ରର ଶକ୍ତି ତଥା ଭାରତ ବର୍ଷର ମହାନତା ବୋଲି ଦୌପଦୀ ମୁର୍ମୁ କହିଛନ୍ତି ।ଜଗତର ନାଥ ଜଗନ୍ନାଥ ମହାପ୍ରଭୁଙ୍କ ନାମ ଉଚ୍ଚାରଣ କରିବା ସହ ସନ୍ଥକବି ଭୀମ ଭୋଇଙ୍କ କବିତାର ପଂକ୍ତି "ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ" ନିଜର ଅଭିଭାଷଣରେ ପ୍ରକାଶ କରିବା ମାତ୍ରେ କରତାଳିରେ ଫାଟି ପଡିଥିଲା ସେଣ୍ଟ୍ରାଲ ହଲ୍।

Tags:

Post a Comment

0 Comments

Please Select Embedded Mode To show the Comment System.*