ବଡ଼ ଧରଣର ଗୋ ଚାଲାଣ ଯୋଜନା ପଣ୍ଡ, ଶହେରୁ ଉର୍ଦ୍ଧ୍ଵ ଗୋରୁ ଉଦ୍ଧାର,ଜଣେ ଅଟକ।

utkalnews7
By
0


ଟାଙ୍ଗୀ,୧୧/୮,(ଉତ୍କଳ ନ୍ୟୁଜ୍୭): ଆଜି ହେଉଛି ପବିତ୍ର ଗହ୍ମା ପୂର୍ଣ୍ଣିମା ଓ ରକ୍ଷା ବନ୍ଧନ ଦିବସ ଆଜିର ଦିନରେ ଓଡ଼ିଆ ଘରର ଲୋକମାନେ ଗୋମାତାଙ୍କୁ ପୂଜା କରିବା ସହ ରାକ୍ଷୀ ବାନ୍ଧିଥାନ୍ତି।ହେଲେ ଗୋରୁ ଚାଲାଣ ଯୋଜନା ଚାଲିଥିବା ବେଳେ ଗୋରୁଙ୍କୁ ଉଦ୍ଧାର କରିଛି ପୋଲିସ।ଦିନେକି ଦୁଇଦିନ ନୁହେଁ ଦିର୍ଘଦିନରୁ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଅହରହ ବେଆଇନ ଭାବରେ ଗୋରୁ ଚାଲାଣ ହେଉଥିବା ବେଳେ ସବୁ ଜାଣି ଚୁପ୍ ରହୁଥିଲେ ପୋଲିସ ବାବୁ।ବିଶେଷ କରି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅଞ୍ଚଳରୁ ପାଖାପାଖି ଶହେରୁ ଉର୍ଦ୍ଧ୍ଵ ଗୋରୁ ଉଦ୍ଧାର କରିବା ସହ ଏକ ପିକପ ଭ୍ୟାନ ଜବତ କରିଛି। ଟାଙ୍ଗୀ ଥାନା ଅଧିନ ଦୀକ୍ଷିତପଡ଼ା ଗ୍ରାମ ଜଙ୍ଗଲରେ ବେଆଇନ ଗୋ ଚାଲାଣ ହେଉଥିବାର ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ ଗତକାଲି ରାତିରେ ବିଶେଷ ସୂତ୍ରରୁ ଖବର ପାଇଥିଲେ।ଏନେଇ ତତଯଣାତ ବାଲୁଗାଁ ଏସଡିପିଓ ତୁରନ୍ତ ଟାଙ୍ଗୀ ଆଇଆଇସି ଦିଗବିଜୟ ବିଶ୍ୱାଳ, କୁହୁଡି ଫାଣ୍ଡି ଅଧିକାରୀ ପ୍ରସନ୍ନ ଜେନା ଓ ପୋଲିସ ଟିମକୁ ନେଇ ସମ୍ପୃକ୍ତ ଅଞ୍ଚଳକୁ ଚଢ଼ାଉ ପାଇଁ ଯାଇଥିଲେ।ରାତି ତମାମ ଅପରେସନ ଜାରି ରହିଥିବା ବେଳେ ପରିଶେଷରେ ଅପରେସନରେ ସଫଳ ହୋଇଥିଲା ପୋଲିସ। ପୋଲିସକୁ ଦେଖି ଗୋ ମାଫିଆମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। କିନ୍ତୁ ଏସଡିପିଓ ଉକ୍ତ କାରବାରର କିଙ୍ଗପିନକୁ ଧରିବାରେ ସଫଳ ହୋଇଥିଲେ।ଏହା ସହ ଘଟଣା ସ୍ଥଳରୁ ପାଖାପାଖି ଶହେରୁ ଉର୍ଦ୍ଧ୍ଵ ଗୋରୁଙ୍କୁ ଜବତ କରିବା ସହ ଏକ ବଡ଼ ଧରଣର ଗୋ ଚାଲାଣକୁ ରୋକିବାରେ ସଫଳ ହୋଇଛି ପୋଲିସ।ରାତିତମାମ ଏସଡିପିଓଙ୍କ ସମେତ ଆଇଆଇସି ଶ୍ରୀ ବିଶ୍ୱାଳ ଓ ଫାଣ୍ଡି ଅଧିକାରୀ ଶ୍ରୀ ଜେନା ଗୋରୁମାନଙ୍କୁ ଉକ୍ତ ଜଙ୍ଗଲରେ ଜଗି ରହିଥିବା ବେଳେ ଖବର ପାଇ ଧୀରେ ଧୀରେ ସମ୍ପୃକ୍ତ ଅଞ୍ଚଳକୁ ବିଭିନ୍ନ ଧାର୍ମିକ ଓ ସାମାଜିକ ସଂଗଠନର କର୍ମକର୍ତ୍ତା ମାନେ ଆସି ପହଞ୍ଚିଥିଲେ।ତେବେ ଏତେ ପରିମାଣର ଗୋରୁଙ୍କୁ ଉଦ୍ଧାର କରି ସମସ୍ତଙ୍କ ପ୍ରଶଂସାର ପ୍ରିୟପାତ୍ର ହୋଇଛି ପୋଲିସ। ଗହ୍ମା ପୂର୍ଣ୍ଣିମା ପରି ପବିତ୍ର ଦିବସରେ ସାରା ରାତି ଉଜାଗର ରହି ଗୋରୁଙ୍କୁ ଉଦ୍ଧାର କରିଥିବାରୁ ଆରଏସଏସ, ଭିଏଚପି, ଏବିଭିପି ଏବଂ ଅନ୍ୟ ସାମାଜିକ ସଂଗଠନ ବାଲୁଗାଁ ଏସଡିପିଓ ଓ ଟିମକୁ କୃତଜ୍ଞତା ଜ୍ଞାପନ କରିଛନ୍ତି। କିନ୍ତୁ ଦୁଃଖର ବିଷୟ ପୋଲିସ ଉଦ୍ଧାର କରୁଥିବା ଗୋରୁଙ୍କ ଥଇଥାନ ପାଇଁ ସରକାରଙ୍କ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଉନାହିଁ, ଯାହା ଫଳରେ ପୋଲିସକୁ ଉଦ୍ଧାର ଗୋରୁଙ୍କ ଥଇଥାନ ପାଇଁ ନାକେଦମ ହେଉଥିବା ବେଳେ ଏନେଇ ଅଧିକ ତଦନ୍ତ ଜାରି ରଖିଛି ଟାଙ୍ଗୀ ଥାନା ପୋଲିସ।

Post a Comment

0 Comments

Please Select Embedded Mode To show the Comment System.*