ହର୍ ଘର୍ ତ୍ରିରଙ୍ଗା ଅଭିଯାନ : ତ୍ରିରଙ୍ଗା ଉଡ଼ାଇଲେ କୁନି ଛାତ୍ରଛାତ୍ରୀ।

utkalnews7
By
0


ରଣପୁର,୧୩/୦୮,(ଉତ୍କଳ ନ୍ୟୁଜ୍): ଦେଶ ପାଳୁଛି ଆଜାଦୀର ଅମୃତ ମହୋତ୍ସବ। ଏହି ଅବସରରେ ଦେଶବ୍ୟାପୀ ହର ଘର ତ୍ରିରଙ୍ଗା ଅଭିଯାନ ଆରମ୍ଭ ହୋଇଛି। ଘରେ ଘରେ ତ୍ରିରଙ୍ଗା ପତାକା ଲଗାଯାଇଛି। ଏହି କ୍ରମରେ ବିଦ୍ୟାଳୟର କୁନି କୁନି ଛାତ୍ରଛାତ୍ରୀମାନେ ତ୍ରିରଙ୍ଗା ଉଡ଼ାଇ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ଏହି ଐତିହାସିକ ପର୍ବ ଅବସରରେ ଅଗଷ୍ଟ ୧୩ ରୁ ୧୫ ଯାଏଁ ସମସ୍ତେ ନିଜ ନିଜ ଘରେ ତ୍ରିରଙ୍ଗା ଉଡ଼ାଇବା ପାଇଁ ପ୍ରଧାନମନ୍ତ୍ରୀ ଅପିଲ୍ କରିଛନ୍ତି। ଏଥିପାଇଁ ସାଂସ୍କୃତିକ ମନ୍ତ୍ରାଳୟ ପକ୍ଷରୁ ମଧ୍ୟ ଆହ୍ଵାନ କରାଯାଇଛି।ଏହି ହର୍ ଘର୍ ତ୍ରିରଙ୍ଗା ଅଭିଯାନରେ  ନୟାଗଡ ଜିଲ୍ଲା ରଣପୁର ଶିକ୍ଷା ବ୍ଲକର ବିଭିନ୍ନ ବିଦ୍ୟାଳୟ ସାମିଲ ହୋଇ ଆଜାଦୀର ଅମୃତ ମହୋତ୍ସବକୁ ସଫଳ ରୂପାୟନ ଦେଇଛନ୍ତି  | ଆଜି ପ୍ରଥମେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀମାନେ କୁନି କୁନି ଛାତ୍ରଛାତ୍ରୀମାନଙ୍କୁ ଧରି ପ୍ରଭାତରୁ ପ୍ରଭାତ ଫେରି କାର୍ଯ୍ୟକ୍ରମ କରିଥିଲେ | ଏହି ପ୍ରଭାତ ଫେରି ସମୟରେ ପିଲାମାନେ ହାତରେ ତ୍ରିରଙ୍ଗା ପତାକା ଧରିବା ସହିତ କିଛି ପିଲାମାନେ ବିଭିନ୍ନ ସ୍ୱାଧୀନତା ସଂଗ୍ରାମୀଙ୍କ ପୋଷାକରେ ସଜ୍ଜିତ ହୋଇ ଗ୍ରାମ ପରିକ୍ରମା କରୁଥିବା ଦେଖିବାକୁ ମିଳିଥିଲା  | ଏହାପରେ ବିଦ୍ୟାଳୟମାନଙ୍କରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା  | ଏହି କାର୍ଯ୍ୟକ୍ରମ ଅଗଷ୍ଟ ପନ୍ଦର ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ  | ବଜ୍ରକୋଟ ପ୍ରାଥମିକ ବିଦ୍ୟାଳୟ, ବ୍ରଜେନ୍ଦ୍ର ଚନ୍ଦ୍ର ଉଚ୍ଚ ବିଦ୍ୟାଳୟ, ସାନଗଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ସୁଆଁସିଆ ସାହି ପ୍ରାଥମିକ ବିଦ୍ୟାଳୟ, ନୀଳକଣ୍ଠଦେବ ପ୍ରାଥମିକ ବିଦ୍ୟାଳୟ, କଳିଙ୍ଗ ଲୋଟସ ପ୍ରାଥମିକ ବିଦ୍ୟାଳୟ, ଚାରିଅଟ ପବ୍ଲିକ ସ୍କୁଲ, ବିଲଗାଡ଼ିଆ ପ୍ରାଥମିକ ବିଦ୍ୟାଳୟ, ଗୌରାଙ୍ଗପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଗୌରାଙ୍ଗପୁର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ସହିତ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟମାନଙ୍କରେ ଏହି ଉତ୍ସବ ପାଳିତ ହୋଇଥିବା ଦେଖିବାକୁ ମିଳିଥିଲା  |

Tags:

Post a Comment

0 Comments

Please Select Embedded Mode To show the Comment System.*