Ad Code

Responsive Advertisement

ଉପାନ୍ତ ଅଞ୍ଚଳରେ ଥମୁନାହିଁ ଜନନୀ ଯନ୍ତ୍ରଣା, ଖଟିଆରେ ବୁହା ହେଲେ ଗର୍ଭବତୀ।


ରାୟଗଡା,୧୧/୦୮,(ଉତ୍କଳ ନ୍ୟୁଜ୍୭): ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକରେ ପୁଣିଥରେ ଦେଖିବାକୁ ମିଳିଛି ଜନନୀ ଯନ୍ତ୍ରଣା। ଭଲ ରାସ୍ତା ନଥିବାରୁ ଗାଁରେ ପହଞ୍ଚି ପାରିଲା ନାହିଁ ଆମ୍ବୁଲାନ୍ସ । ଫଳରେ ଘରେ ପ୍ରସବ କରି ଆମ୍ବୁଲାନ୍ସ ନିକଟରେ ପହଞ୍ଚିବା ପାଇଁ ଖଟିଆରେ ବୁହା ହେଲେ ମହିଳା।ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କୋଲନରା ବ୍ଲକ ସୋରଡ଼ା ଗ୍ରାମର ଦୟାନିଧି କଣ୍ଡାଗରିଙ୍କ ସ୍ତ୍ରୀ ପୁଷ୍ପାଞ୍ଜଳି କଣ୍ଡାଗରି ପ୍ରସବ ଯନ୍ତ୍ରଣା ଅନୁଭବ କରିବା ପରେ ପରିବାର ସଦସ୍ୟ ୧୦୮ ଆମ୍ବଲାନ୍ସକୁ ଫୋନ କରିଥିଲେ । କିନ୍ତୁ ରାସ୍ତା ଖରାପ ଯୋଗୁଁ ଆମ୍ବୁଲାନ୍ସଟି ଗାଁରେ ପହଞ୍ଚି ପାରିନଥିଲା । ଗାଁ ଠାରୁ ପ୍ରାୟ ଦୁଇ କିଲୋମିଟର ଦୂରରେ ଅଟକି ରହିଥିଲା ଆମ୍ବୁଲାନ୍ସ। ବହୁ ସମୟ ଧରି ଆମ୍ବୁଲାନ୍ସକୁ ଅପେକ୍ଷା କରିବା ମଧ୍ୟରେ ପୁଷ୍ପାଞ୍ଜଳି ଘରେ ପ୍ରସବ କରିଥିଲେ।ପରେ ଆମ୍ବୁଲାନ୍ସ ଡ୍ରାଇଭର ସଙ୍କର ରାଓ ଓ ଗ୍ରାମବାସୀଙ୍କ ସହଯୋଗରେ ତାଙ୍କୁ ଖଟିଆରେ ବୁହାହୋଇ ଆମ୍ବୁଲାନ୍ସ ନିକଟକୁ ନିଆଯାଇଥିଲା ।ତେବେ କୋଲନରାରେ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଥିବା ସତ୍ତ୍ୱେ ତାଙ୍କୁ ରାମନାଗୁଡା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ତେଣୁ କୋଲନରା ମେଡିକାଲରେ ସ୍ୱାସ୍ଥ୍ୟ ସେବାକୁ ନେଇ ପ୍ରଶ୍ନ ଉଠିଛି । କୋଲନରା ଠାରେ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ନଥିବାରୁ ସଦ୍ୟ ପ୍ରସବା ପୁଷ୍ପଞ୍ଜଳୀଙ୍କୁ ରାମନାଗୁଡା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଗଲା କି ବୋଲି ଲୋକେ ପ୍ରଶ୍ନ କରିଛନ୍ତି । ଅନ୍ୟପଟେ ସ୍ୱାଧିନତାର ୭୫ ବର୍ଷ ପରେ ମଧ୍ୟ ସୋରଡ଼ା ଗ୍ରାମକୁ ଭଲ ରାସ୍ତାଟିଏ ନଥିବା ସରକାରଙ୍କ ବିକାଶଧାରା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସରକାରଙ୍କ ମାଳ ମାଳ ଯୋଜନା ସୋରଡ଼ା ଗ୍ରାମରେ ଫେଲ ମାରିଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । କୋଲନରା ବ୍ଲକ ଅଞ୍ଚଳର ଆଦିବାସୀଙ୍କ ପାଇଁ ଥିବା ଯୋଜନା ବାଟବଣା ହୋଇଛି ବୋଲି କହିଛନ୍ତି । ଏହାସହ ଜିଲ୍ଲା ପ୍ରଶାସନ ଓ ସ୍ଵାସ୍ଥ୍ୟ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ଉପଯୁକ୍ତ ପଦକ୍ଷେପ ନେବାକୁ ସୋରଡ଼ା ଗ୍ରାମବାସୀ ଦାବି କରିଛନ୍ତି ।

Post a Comment

0 Comments