Ad Code

Responsive Advertisement

ସାମ୍ବାଦିକ ସଂଘ ଓ ଯୁବକ ସଂଘର ମିଳିତ ଉଦ୍ୟମରେ ଆଜାଦିର ୭୫ତମ ଅମୃତ ମହୋତ୍ସବ ପାଳିତ।


ଟାଙ୍ଗୀ,୧୩।୮,(ଉତ୍କଳ ନ୍ୟୁଜ୍):ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ମିଡ଼ିଆ ସେବା ସଂଘ ଓ ନବ ଯୁଗ କ୍ଲବ ପକ୍ଷରୁ ଆଜାଦିର ଅମୃତ ମହୋତ୍ସବ ଅନୁଷ୍ଠିତ।ଦେଶରେ ସ୍ୱାଧୀନତାର ୭୫ ବର୍ଷର ଉତ୍ସବକୁ ଅଧିକ ସ୍ୱତନ୍ତ୍ର ଏବଂ ମହାନ୍ କରିବା ପାଇଁ ସାରା ଭାରତ ବର୍ଷରେ ପାଳନ କରାଯାଉଛି ଏହି ଅମୃତ ମହୋତ୍ସବ  । ପ୍ରତ୍ୟେକ ଭାରତୀୟ ତା'ର ଭାବନାରେ ସଂଗ୍ରାମମୟ ଇତିହାସର ପୃଷ୍ଠା ଓଲଟାଇ ଆମ ପାଇଁ ଲହୁ-ଲୁହ ଦେଇ ସ୍ୱାଧୀନତା ଆଣି ଦେଇଥିବା ମହାପୁରୁଷ ମାନଙ୍କର ବଳିଦାନକୁ ସ୍ମରଣ କରିବାର ଆବଶ୍ୟକତା ରହିଛି । ଏହି ଉପଲକ୍ଷେ ଅଗ୍ରଣୀ ସାମ୍ବାଦିକ ସଂଘ ଟାଙ୍ଗୀ ମିଡ଼ିଆ ସେବା ସଂଘ ପକ୍ଷରୁ ଆୟୋଜିତ ହୋଇଥିବା ଏହି ମହୋତ୍ସବରେ ଟାଙ୍ଗୀ ଅଞ୍ଚଳର ବହୁ ଯୁବ ସଂଗଠନ ସାମିଲ ହୋଇଥିଲେ । ବିଶେଷ କରି ଟାଙ୍ଗୀ ବଳରାମ ଦେବ  ବିଦ୍ୟାପୀଠର ସମର ଶିକ୍ଷାର୍ଥୀ ବାହିନୀ , ସ୍କାଉଟ୍ ଗାଇଡ୍ ଏବଂ ଖୋର୍ଦ୍ଧା ଜିଲ୍ଲାର ଅଗ୍ରଣୀ ପାଇକ ଆଖଡା ସଂଗଠନ ମା' ମଙ୍ଗଳା ପାଇକ ଆଖଡା ( ରତନପୁର ) , ବୁଦ୍ଧିଜୀବୀ , ସମାଜସେବୀ , ଯୁବଗୋଷ୍ଠୀ ସାମିଲ ହୋଇ ତ୍ରିରଙ୍ଗା ପଦଯାତ୍ରା କରିଥିଲେ । ଏହି ଅମୃତ ମହୋତ୍ସବର ମୁଖ୍ୟ ଅତିଥି ଭାବରେ ଖୋର୍ଦ୍ଧାର ପୂର୍ବତନ ବିଧାୟକ ତଥା ପ୍ରେରଣା ଗ୍ରୀନ ଆର୍ମିର ସଭାପତି ଡ. ଦିଲ୍ଲୀପ ଶ୍ରୀଚନ୍ଦନ , ସମ୍ମାନୀତ ଅତିଥି ଭାବରେ ଟାଙ୍ଗୀ ଥାନା ନିରୀକ୍ଷକ ଦିଗବିଜୟ ବିଶ୍ୱାଳ , ଟାଙ୍ଗୀ ସରପଞ୍ଚ କିଶୋର କୁମାର ବେହେରା , ଟାଙ୍ଗୀ ମିଡ଼ିଆ ସେବା ସଂଘର ସଭାପତି ରବୀନ୍ଦ୍ର କୁମାର ରଣା ପ୍ରମୁଖ ଯୋଗ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଟାଙ୍ଗୀ ମିଡ଼ିଆ ସେବା ସଂଘର ସମ୍ପାଦକ ସନ୍ତୋଷ ଚୌଧୁରୀ , ଉପଦେଷ୍ଟା ଭାଗିରଥୀ ଛୋଟରାୟ , ନବ ଯୁଗ କ୍ଲବ ର କୋଷାଧ୍ୟକ୍ଷ ବିପିନ ପ୍ରଧାନ , ଟାଙ୍ଗୀ ଯୁବ ଗୋଷ୍ଠୀର ସଭାପତି ଗିରୀଶ ବେହେରା , ଯୁବ ସଂଗଠକ ନନ୍ଦ କିଶୋର ସ୍ୱାଇଁ , ସମର ମାଝୀ ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।

Post a Comment

0 Comments