ବନ୍ଧପଲ୍ଲା ଗାଁରେ ବଧୂ ହତ୍ୟା ଅଭିଯୋଗ ରେ ସ୍ୱାମୀ ଓ ଶଶୁର କୋର୍ଟ ଚାଲାଣ ।

utkalnews7
By
0

ରଣପୁର,୧୪।୮,(ଉତ୍କଳ ନ୍ୟୁଜ୍୭):ନୟାଗଡ଼ ଜିଲ୍ଲା ରଣପୁର ଥାନା ମହତପଲ୍ଲା ଗ୍ରାମପଞ୍ଚାୟତ ବନ୍ଧପଲ୍ଲା ଗାଁ ରୁ ଆସିଛି ବଧୂହତ୍ୟା ଅଭିଯୋଗ।ସୂଚନାଯୋଗ୍ୟ ଯେ,ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ନାଲସିଂ ଗ୍ରାମର ବୈକୁଣ୍ଠ ତାଡ଼ ଙ୍କ ଝିଅ ମାନସୀ ତାଡ଼ ୩ବର୍ଷ ତଳେ ହିନ୍ଦୁ ରୀତିନୀତି ଅନୁଯାଇ ମହତପଲ୍ଲା ଗ୍ରାମପଞ୍ଚାୟତ ବନ୍ଧପଲ୍ଲା ଗ୍ରାମର ସଦାନନ୍ଦ ପ୍ରଧାନଙ୍କ ପୁଅ ଗଦାଧର ପ୍ରଧାନଙ୍କୁ ବିବାହ କରିଥିଲେ, ବିବାହ ସମୟରେ ବରପକ୍ଷ ଦାବି ଅନୁଯାଇ ୪ଲକ୍ଷ ନଗଦ ଟଙ୍କା ଦେବାସହ ସମସ୍ତ ଆସବାବ ସାମଗ୍ରୀ ଦେଇଥିଲେ, ବିବାହ ପରେ ଅଧିକ ୨ଲକ୍ଷ ଯୌତୁକ ଦାବିକରି ମାନସୀଙ୍କୁ ହତ୍ୟା କରାଯାଇଥିବା ମାନସୀଙ୍କ ବାପା ବୈକୁଣ୍ଠ ତାଡ଼ ରଣପୁର ଥାନାରେ ଅଭିଯୋଗ କରିଥିଲେ।ଅଭିଯୋଗ ପାଇ ରଣପୁର ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ମାନସୀଙ୍କ ମୃତ ଦେହ ଜବତ କରି ପଞ୍ଚନାମା ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି।ଏହା ସହ ମାନସୀର ସ୍ୱାମୀ ଗଦାଧର ଓ ଶଶୁର ସଦାନନ୍ଦ ପ୍ରଧାନ ଙ୍କୁ ଗିରଫକରି କୋର୍ଟ ଚାଲାଣ କରିଥିବା ବେଳେ ସେମାନଙ୍କ ଜାମିନ ନାମଞ୍ଜୁର ହେବାପରେ ରଣପୁର ଜେଲ୍ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡିଛି।ଏନେଇ ରଣପୁର ଥାନା ପୋଲିସ ଅଧିକ ତଦନ୍ତ ଜାରୀ ରଖିଥିବା ରଣପୁର ଥାନା ନିରିକ୍ଷକ ନିହାର ରଞ୍ଜନ ମହାନ୍ତି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Post a Comment

0 Comments

Please Select Embedded Mode To show the Comment System.*