ବିଦ୍ୟାଳୟର ନୂତନ ଗୃହ ଓ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ।

utkalnews7
By
0


ରଣପୁର, ୧୨/୦୮,(ଉତ୍କଳ ନ୍ୟୁଜ୍୭) : ଆଜି ନୟାଗଡ ଜିଲ୍ଲା ରଣପୁର ଶିକ୍ଷା ବ୍ଲକ ଅଧିନସ୍ଥ ପାମ୍ପଡ଼ା ପ୍ରାଥମିକ ବିଦ୍ୟାଳୟର ନୂତନ ଗୃହ ପ୍ରତିଷ୍ଠା ଓ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି | ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ନୟାଗଡ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ରଣପୁର ନିର୍ବାଚନ ମଣ୍ଡଳୀ ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ମୁଖ୍ୟ ବକ୍ତା ଭାବେ ନୟାଗଡ ଜିଲ୍ଲାପାଳ ଡ଼ଃ ପୋମା ଟୁଡୁ, ସମ୍ମାନୀତ ଅତିଥି ଭାବେ ନୟାଗଡ ଜିଲ୍ଲା ପରିଷଦ ସଭାପତି ଇଂ ଦେବାଶିଷ ପଟ୍ଟନାୟକ, ରଣପୁର ବିଜ୍ଞାପିତ ପରିଷଦର ଅଧ୍ୟକ୍ଷା ରଙ୍ଗୀନ ମହାନ୍ତି, ରଣପୁର ବ୍ଲକ ଶିକ୍ଷା ଅଧିକାରିଣୀ ବନଲତା ବେହେରା, ମୋ ସ୍କୁଲ କମିଟିର ସଭାପତି ଦୟାନିଧି ରାୟଗୁରୁ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ୟାମ ସୁନ୍ଦର ନାୟକ ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ନିରୁପମା ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ  | ମୋ ସ୍କୁଲ କମିଟିର ସଭାପତି ଦୟାନିଧି ରାୟଗୁରୁ ମୋ ସ୍କୁଲ ଯୋଜନାରେ ୩ ଲକ୍ଷ ଟଙ୍କା ପାମ୍ପଡ଼ା ପ୍ରାଥମିକ ବିଦ୍ୟାଳୟକୁ ସହାୟତା ରାଶି ପ୍ରଦାନ କରିଥିଲେ | ତାହା ପରବର୍ତ୍ତୀ ପର୍ଯ୍ୟାୟରେ ୯ ଲକ୍ଷ ଟଙ୍କାରେ ପରିଣତ ହୋଇଥିଲା  | ଏହି ଅର୍ଥରାଶି ସାହାଯ୍ୟରେ ବିଦ୍ୟାଳୟରେ ନୂତନ ଭାବେ ୨ଟି ଶ୍ରେଣୀ ଗୃହ ସାଙ୍ଗକୁ ୧ଟି ଅଫିସ ଗୃହ ନିର୍ମାଣ କରାଯାଇଛି  | ଆଜିର ଏହି ପ୍ରତିଷ୍ଠା ଉତ୍ସବରେ ମୋ ସ୍କୁଲ କମିଟି ଦୟାନିଧି ରାୟଗୁରୁ ୫୦ ହଜାର, ଅଭିଭାବକ ସୁବାଷ ମହାରଣା ୫୦ ହଜାର ଓ ପ୍ରଧାନ ଶିକ୍ଷୟତ୍ରୀ ନିରୁପମା ମହାନ୍ତି  ୫୦ ହଜାର ଟଙ୍କା ମୋ ସ୍କୁଲକୁ ପ୍ରଦାନ କରିଛନ୍ତି  |  ମୁଖ୍ୟ ବକ୍ତା ଜିଲ୍ଲାପାଳ ଡ଼ଃ ପୋମା ଟୁଡୁ ସେମାନଙ୍କୁ ଶୁଭେଚ୍ଛା ଜଣାଇବା ସହିତ ପ୍ରତ୍ୟେକ ବ୍ୟକ୍ତି ଏହି ଯୋଜନାରେ ସାମିଲ ହୋଇ ନିଜ ବିଦ୍ୟାଳୟର ଉନ୍ନତି କରିବା ପାଇଁ ଉତ୍ସାହିତ କରିଥିଲେ  | ଇଂ ଦେବାଶିଷ ପଟ୍ଟନାୟକ ଗ୍ରାମବାସୀମାନଙ୍କୁ ଧନ୍ୟବାଦ ଜଣାଇବା ସହିତ ଆଗାମୀ ଦିନରେ ବିଦ୍ୟାଳୟର ଉନ୍ନତିମୂଳକ କାର୍ଯ୍ୟରେ ପୂର୍ଣ୍ଣ ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ  | ମୁଖ୍ୟ ଅତିଥି ଶ୍ରୀ ପ୍ରଧାନ ଭଲ ମଣିଷଟିଏ ହେବା ପାଇଁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ   | ଅନ୍ୟ ସମସ୍ତ ଅତିଥି ଗ୍ରାମବାସୀମାନଙ୍କ ସହଯୋଗ ପାଇଁ ଭୁୟସୀ ପ୍ରଂଶସା କରିବା ସହ ଆଗାମୀ ଦିନରେ ବିଦ୍ୟାଳୟର ପ୍ରତ୍ୟେକ କାର୍ଯ୍ୟରେ ସହଯୋଗ କରିବା ନିମନ୍ତେ ଆହ୍ୱାନ ଦେଇଥିଲେ  | ବିଭିନ୍ନ କ୍ଷେତ୍ରରେ କୃତି ଅର୍ଜନ କରିଥିବା ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ପୁଷ୍ପଗୁଛ, ସାର୍ଟିଫିକେଟ ଓ କପ ଦେଇ ପୁରସ୍କୃତ କରିଥିଲେ  | ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ହର ହର ଶମ୍ଭୁ, ସ୍ୱଚ୍ଛ ଭାରତ, ସମ୍ବଲପୁରୀ, ଓଡିଶୀ ଓ ବିଭିନ୍ନ ଭକ୍ତି ସଙ୍ଗୀତ ଭିତିକ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶିତ ହୋଇଥିଲା  | ଏହି କାର୍ଯ୍ୟକ୍ରମରେ ସି.ଆର.ସିସି ଶକ୍ତି ପ୍ରସାଦ ଆଚାର୍ଯ୍ୟ ବିଦ୍ୟାଳୟର ଶିକ୍ଷୟତ୍ରୀ ମଧୁଛନ୍ଦା ମହାନ୍ତି, ସ୍ବର୍ଣ୍ଣପ୍ରଭା ସିଂଦେଓ, ନିରଞ୍ଜନ ନାୟକ, ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଦସ୍ୟ ସଦସ୍ୟା ଓ ଗ୍ରାମବାସୀ ପୂର୍ଣ୍ଣ ସହଯୋଗ କରିଥିଲେ  |

Tags:

Post a Comment

0 Comments

Please Select Embedded Mode To show the Comment System.*