ଡ଼ମସାହି ପେଟ୍ରୋଲ ପମ୍ପ ନିକଟରୁ ଲୁଟ୍ ଘଟଣାରେ, ଜେଲ୍ ଗଲେ ଯୁବକ।


ରଣପୁର,୧୪।୮,(ଉତ୍କଳ ନ୍ୟୁଜ୍୭):ନୟାଗଡ଼ ଜିଲ୍ଲା ରଣପୁର ଥାନା ଅଞ୍ଚଳରେ ଦିନକୁ ଦିନ ବଢିବାରେ ଲାଗିଛି ଚୋରୀ, ଡ଼କାୟତି ଓ ରାହାଜାନି। ଯାହାକୁ ନେଇ ପୋଲିସ ପ୍ରଶାସନର ଏବେ ଚିନ୍ତାର କାରଣ ପାଲଟିଛି। ଗତ ଅଗଷ୍ଟ ୧୦ ତାରିଖ ଦିନ ରଣପୁର ଥାନା ଡ଼ମସାହି ଏସ୍ଆର  ପେଟ୍ରୋଲ ପମ୍ପ ନିକଟରୁ ଲୁଟ୍ ହୋଇଥିବା ଅଭିଯୋଗ ହୋଇଥିଲା। ଏଭଳି ଅଭିଯୋଗ କରିଥିଲେ ଏକ ଘରୋଇ ନୟାଗଡ଼ ଜିଲ୍ଲାର ଭାରତ ଫାଇନାନ୍ସ ଲିମିଟେଡ଼ କମ୍ପାନୀର କର୍ମଚାରୀ ସଂଜୟ କୁମାର ମୁଦୁଲି। ଯାହାକୁ ନେଇ ପୋଲିସ ରଣପୁର ଥାନାରେ ଏକ ଲୁଟ୍ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା ରଣପୁର ପୋଲିସ। ଶରଣକୁଳ ଉପଖଣ୍ଡ ଅଧିକାରୀ କିରନ୍ ହେମ୍ବ୍ରମ ବିଶେଷ ଭାବରେ ତଦନ୍ତ କରୁଥିଲେ। ମୋବାଇଲ ଟ୍ରାକିଙ୍ଗ୍ ଅନୁଯାଇ ଜାଣିବାକୁ ପାଇଲେ ଯେ ଅଗଷ୍ଟ ୧୩ ତାରିଖ ଦିନ ଲୁଟ୍ ଅଭିଯୁକ୍ତ ରାଜସୁନାଖଳା ଫାଣ୍ଡି ଅନ୍ତର୍ଗତ ବିନୋଦପଡା କୁ ଆସୁଅଛି। ରଣପୁର ଥାନା ଉପ ନିରୀକ୍ଷକ ସଂଜୟ କୁମାର ପରିଡା ଅଭିଯୁକ୍ତ ମଟର ସାଇକେଲ ଯୋଗେ ଆସୁଥିବା ସମୟରେ ବିନୋଦପଡା ଛକରେ କାବୁ କରିନେଇଥିଲେ।ଅଭିଯୁକ୍ତ ହେଉଛନ୍ତି ନୟାଗଡ ଜିଲ୍ଲା ନୂଆଗାଁ ଥାନା ମହିପୁର ଫାଣ୍ଡି ନିକଟ ବିରୁଡା ଗ୍ରାମର ଦେବରାଜ ସ୍ୱାଇଁ ଙ୍କ ପୁଅ କାଶୀନାଥ ସ୍ୱାଇଁ (୩୦)। ତା ଠାରୁ ଲୁଟ୍ ରେ ବ୍ୟବହୃତ ଏକ ଲୁହା କଟୁରୀ, ଦୁଇଟି ମୋବାଇଲ୍, ଗୋଟିଏ ଟ୍ୟାବ୍‌ଲେଟ ବ୍ୟବହୃତ ମୋଟର ସାଇକେଲ ଓ ନଗଦ ୪୦ ହଜାର ଟଙ୍କା ଜବତ କରିଥିବା ଜଣାପଡିଛି। ଅନ୍ୟତମ ଅଭିଯୁକ୍ତ ଏବେବି ଫେରାର ରହିଛି। ଶରଣକୁଳ ଉପଖଣ୍ଡ ଅଧିକାରୀ ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁଯାଇ ଅଭିଯୁକ୍ତ କାଶୀ ନୟାଗଡ ଜିଲ୍ଲାରେ ଏହିଭଳି ୪ ଗୋଟି ଲୁଟ୍ କରିଥିବା ସ୍ୱୀକାର କରିଛି। ପୁର୍ବରୁ ପୁରୀରେ ଏକ ମଟର ସାଇକେଲ ଚୋରୀ ମାମଲାରେ ଅଭିଯୁକ୍ତ ଜେଲ ଯାଇଥିଲା। ଅନ୍ୟତମ ଅଭିଯୁକ୍ତ ମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଶରଣକୁଳ ଉପଖଣ୍ଡ ଅଧିକାରୀ କିରଣ ହେମ୍ବ୍ରମ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଅଭିଯୁକ୍ତକୁ ଅଦାଲତ ଚାଲାଣ କରିବା ପରେ ଜାମିନ୍ ନାମଞ୍ଜୁର ହେବାରୁ ରଣପୁର ଜେଲ ହାଜତକୁ ପଠାଇ ଦିଆଯାଇଛି।

Previous Post Next Post