ବାଇକ ସହ ଯୁବକଙ୍କ ମୃତ ଦେହ ଉଦ୍ଧାର, ଦୁର୍ଘଟଣା ନାଁ ହତ୍ୟା?
By
August 27, 2022
0
ବାଲୁଗାଁ,୨୭।୮,(ଉତ୍କଳ ନ୍ୟୁଜ୍୭): ଖୋର୍ଦ୍ଧା ଜିଲ୍ଲା ୧୬ ନଂ ଜାତୀୟ ରାଜପଥ ସରନଇ ଓଭର ବ୍ରିଜ ତଳୁ ଏକ ମୃତ ଦେହ ଉଦ୍ଧାର।ମିଳିଥିବା ସୂଚନା ମୁତାବକ ଆଜି ସନ୍ଧ୍ୟାରେ ସ୍ଥାନୀୟ କିଛି ଯୁବକ ବାଲୁଗାଁ ଥାନା ଅନ୍ତର୍ଗତ ସରନଇ ଓଭର ବ୍ରିଜ ତଳେ ବାଇକ ସହ ଜଣେ ଯୁବକ ପଡିଥିବା ଦେଖି ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକଙ୍କୁ ସୂଚନା ଦେଇଥିଲେ।ଏସଡିପିଓଙ୍କ ନିର୍ଦ୍ଦେଶ କ୍ରମେ ଘଟଣା ସ୍ଥଳରେ ନାଭାଲ ଫାଣ୍ଡି ଅଧିକାରୀ ଦିଲ୍ଲୀପ ସାହୁ ପହଞ୍ଚି ବାଇକ ଜବତ କରିବାସହ ମୃତଦେହକୁ ଉଦ୍ଧାର କରିଥିଲେ। ମୃତକ ଜଣକ ହେଉଛନ୍ତି ବାଣପୁର ଥାନା ପଦନପୁର ଗ୍ରାମର କୁଳମଣି ଜେନାଙ୍କ ସାନ ପୁଅ ରଞ୍ଜିତ ଲେଙ୍କା ଓରଫ ଗାଣ୍ଡୁ (୨୭ ବର୍ଷ) ବୋଲି ଜଣାପଡିଛି। ସେ ବାଲୁଗାଁରେ ଏକ ବିଅର ବାରରେ କାର୍ଯ୍ୟ କରୁଥିବା ପ୍ରାଥମିକ ସୂଚନା ମିଳିଛି। ହେଲେ ରଞ୍ଜିତଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ଶ୍ରୀ ସାହୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

