ଗ୍ରାମାଞ୍ଚଳକୁ ବ୍ୟାପିଲା ଧଳା ଜହର ଆତଙ୍କ, ବ୍ରାଉନସୁଗାର ସହ ଜଣେ ଗିରଫ।

utkalnews7
By
0


ଟାଙ୍ଗୀ,୨୭।୮,(ଉତ୍କଳ ନ୍ୟୁଜ୍୭):ଧଳାଜହର ଜାଲରେ ଯୁବପିଢ଼ି। ଖୋର୍ଦ୍ଧା ଜିଲ୍ଲାର ୮୦ ପ୍ରତିଶତ ଅଞ୍ଚଳରେ ଧଳା ଜହର କାରବାର ର ପେଣ୍ଠ ସ୍ଥଳୀ ପାଲଟି ଥିବା ବେଳେ  ଟାଙ୍ଗୀ ଥାନା ଅଞ୍ଚଳ ଏଥିରୁ ବାଦ ପଡିଥିଲା।ହେଲେ ଏବେ ଧଳା ଜହର କାରବାର ହେବାର ଠାବ ହୋଇଛି। ଗତକାଲି ରାତିରେ ଟାଙ୍ଗୀ ଥାନା ସୁନ୍ଦରପୁର ଅଞ୍ଚଳରେ ଚଢ଼ାଉ କରି ବ୍ରାଉନ ସୁଗାର ଜବତ ସହ ଜଣେ ଅଭିଯୁକ୍ତଙ୍କୁ ଅବକାରୀ ବିଭାଗ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ସର୍ବେଶ୍ୱର ପ୍ରଧାନ (୩୯)। ତାଙ୍କ ନିକଟରୁ ୨୫ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଛି ଯାହାର ଆନୁମାନିକ ମୂଲ୍ୟ ଅଢେଇ ଲକ୍ଷ ଟଙ୍କା ହେବ। ଟାଙ୍ଗୀ ରେଞ୍ଜ ଅବକାରୀ ନିରିକ୍ଷକ ଆଲୋକ କୁମାର ପ୍ରଧାନଙ୍କ ଠାରୁ ମିଳିଥିବା ସୂଚନା ମୁତାବକ ସର୍ବେଶ୍ୱରଙ୍କ ଉପରେ ଦୀର୍ଘ ୧୫ ଦିନ ଧରି ଅବକାରୀ ବିଭାଗ ନଜର ରଖିଥିବା ବେଳେ ପରିଶେଷରେ ଗତକାଲି ଗିରଫ କରିଛି।ଏ ନେଇ ଅବକାରୀ ବିଭାଗ  ପକ୍ଷରୁ ପିଆର ନମ୍ବର ୪୦/୨୨-୨୩ ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି। ଉକ୍ତ ଚଢ଼ାଉରେ ଟାଙ୍ଗୀ ଅବକାରୀ ଅଧିକାରିଣୀ ସୁନିତା ଦଳେଇ ଏବଂ ଅନ୍ୟ ଅବକାରୀ କର୍ମଚାରୀମାନେ ସାମିଲ ଥିଲେ।

Post a Comment

0 Comments

Please Select Embedded Mode To show the Comment System.*