କର୍ମଚାରୀ ସଙ୍ଘ ପକ୍ଷରୁ ଗୁରୁ ସମ୍ବର୍ଦ୍ଧନା ।

utkalnews7
By
0


ବୋଲଗଡ଼,୫।୮,(ଉତ୍କଳ ନ୍ୟୁଜ୍୭) : ଖୋର୍ଦ୍ଧା ଜିଲ୍ଲା ବୋଲଗଡ ସ୍ଥିତ ଅବସରପ୍ରାପ୍ତ କର୍ମଚାରୀ ସଙ୍ଘ ପକ୍ଷରୁ ପବିତ୍ର ଗୁରୁ ଦିବସ ଅବସରରେ ୧୦ଜଣ ଗୁରୁଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।ଏହି  ଆୟୋଜିତ ସଭାରେ ମୁଖ୍ୟ ଅତିଥି ରୂପେ ଡ଼. ସ୍ଵର୍ଣ୍ଣଲତା ମହାପାତ୍ର ଯୋଗଦେଇ ସୁସ୍ଥ ସମାଜ ଗଠନରେ ଗୁରୁ ଭୂମିକା ଗୁରୁତ୍ୱପୂ୍ଣ୍ଣ ବୋଲି ମତବ୍ୟକ୍ତ କରିଥିଲେ। ସମ୍ମାନୀତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଜୟକୃଷ୍ଣ ହୋତା,ପ୍ରାଧ୍ୟାପକ ବିରେନ ମହାପାତ୍ର  ସତ୍ୟବାଦୀ ଦାସ, ରବିନ୍ଦ୍ର ପରିଡା ପ୍ରମୁଖ  ଯୋଗଦେଇଥିଲେ।ଏହି ଅବସରରେ ଗୁରୁ ଶ୍ରୀ ବାସୁଦେବ ବେହେରା, ଗଦାଧର ପରିଡା, ମଦନମୋହନ ପୁଷ୍ଟି, କୃଷ୍ଣମୋହନ ମହାପାତ୍ର ପ୍ରାଧ୍ୟାପିକା ଅନୁସୂୟା ପୁଷ୍ଟି, କୈଳାସ ଚନ୍ଦ୍ର ବଳିୟାରସିଂ ଯୋଗିନାଥ ନାୟକ ଲକ୍ଷ୍ମଣ ବରାଡ଼ ଓ ଅଜୟ ସୁବୁଦ୍ଧି ପ୍ରମୁଖଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି ।ଗୀତାଞ୍ଜଳି ମହାପାତ୍ର ବେଦ ପାଠ କରିଥିଲେ।ଶିକ୍ଷାବିତ ହରିବନ୍ଧୁ ସାହୁ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ।ପ୍ରଫୁଲ୍ଲ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ।ଶିକ୍ଷାବିତ ଗୋପୀନାଥ ଖାଡ଼ଙ୍ଗା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।ସଙ୍ଘର ସଭାପତି ନବକିଶୋର ପଟ୍ଟନାୟକ ସଭାପତିତ୍ବ କରିଥିଲେ କରିଥିବା ବେଳେ ଶିକ୍ଷାବିତ୍ ବାଲ୍ମୀକି ବଳିୟାରସିଂ ସମସ୍ତଙ୍କୁ  ଧନ୍ୟବାଦ ଅର୍ପଣ କରିଥିଲେ।

Post a Comment

0 Comments

Please Select Embedded Mode To show the Comment System.*