ଲଘୁଚାପ ପ୍ରଭାବରେ ସୂର୍ଯ୍ୟମନ୍ଦିରରେ ଜମିଲା ପାଣି,ନିରାଶ ପର୍ଯ୍ୟଟକ।

utkalnews7
By
0

 ଲଘୁଚାପ ପ୍ରଭାବରେ ସୂର୍ଯ୍ୟମନ୍ଦିରରେ ଜମିଲା ପାଣି,ନିରାଶ ପର୍ଯ୍ୟଟକ।


ପୁରୀ,୦୪।୧୦,(ଉତ୍କଳ ନ୍ୟୁଜ୍୭) : ଲଘୁଚାପ ଜନିତ ଲଗାଣ ବର୍ଷା ପ୍ରଭାବରେ ସୋମବାର ରାତିରୁ କୋଣାର୍କରେ ପ୍ରବଳ ବର୍ଷା ଲାଗି ରହିଛି। ଫଳରେ ବିଶ୍ୱ ଐତିହ୍ୟ ସୂର୍ଯ୍ୟମନ୍ଦିର ଭିତରେ ବର୍ଷା ପାଣି ଲହଡ଼ି ମାରୁଛି। ଉତ୍ତର ଦ୍ୱାର ନିକଟରେ ଆଣ୍ଠୁଏ ପାଣି ଜମି ରହି ସୁକ୍ଷ୍ମ କାରୁକାର୍ଯ୍ୟ ସବୁ ବୁଡି ରହିଛି। ଦୂରଦୂରାନ୍ତରୁ ଆସୁଥିବା ପର୍ଯ୍ୟଟକମାନେ ମନ୍ଦିର ବୁଲି ନପାରି ନିରାଶ ହୋଇଛନ୍ତି।ତେବେ ୪ଟି ସେନ୍ସର ପମ୍ପ ସାହାଯ୍ୟରେ ପାଣି ନିଷ୍କାସନ ହେଉଥିଲେ ମଧ୍ୟ ମନ୍ଦିର ପରିସରରେ ପାଣି ଜମି ରହିବା ଯୋଗୁଁ ସମସ୍ୟା ଦେଖାଦେଇଛି। ସ୍ଥାୟୀ ପ୍ରତିକାର ପାଇଁ ପର୍ଯ୍ୟଟକମାନେ ଦାବି କରିଛନ୍ତି। ସେହିଭଳି ଲଗାଣ ବର୍ଷାରେ କୋଣାର୍କ ରାସ୍ତା ଉପରେ ପାଣି ସୁଅ ଛୁଟୁଛି।ପ୍ରତ୍ୟେକ ବର୍ଷ ଏପରି ଅବସ୍ଥା ସୂର୍ଯ୍ୟ ମନ୍ଦିର ପରିସରରେ ଦେଖିବାକୁ ମିଳୁଥିବା ବେଳେ ଏହା ସ୍ଥାୟୀ ସମାଧାନ କରିବା ଲାଗି ସାଧାରଣରେ ଦାବି ହେଉଛି।

Post a Comment

0 Comments

Please Select Embedded Mode To show the Comment System.*