ରାମଚନ୍ଦ୍ର କଳ୍ପନା ଉଚ୍ଚ ମାଧ୍ଯମିକ ବିଦ୍ୟାଳୟର ୩୨ ତମ ପ୍ରତିଷ୍ଠା ଦିବସ ପାଳିତ।

utkalnews7
By
0


ଟାଙ୍ଗୀ/ନିରାକାରପୁର,୨୭।୮,(ଉତ୍କଳ ନ୍ୟୁଜ୍୭) : ଟାଙ୍ଗୀ ବ୍ଲକ ଅନ୍ତର୍ଗତ କମାଗୁର କଳ୍ପନା ଉଚ୍ଚ ମାଧ୍ଯମିକ ବିଦ୍ୟାଳୟର ୩୨ତମ ପ୍ରତିଷ୍ଠା ଦିବସ ପାଳିତ  ହୋଇଯାଇଛି। ଏହି ଉତ୍ସବରେ ବିଶିଷ୍ଟ ଅତିଥି ଭାବେ ପ୍ରତିଷ୍ଠାତା ଶ୍ରୀଯୁକ୍ତ ରାମଚନ୍ଦ୍ର ମହାପାତ୍ର , ମୁଖ୍ୟ ବକ୍ତା ଭାବେ ଡ଼ ବିଜୟା ପାତ୍ର ଯୁଗ୍ମ ନିର୍ଦ୍ଦେଶକ ଉଚ୍ଚ ମାଧ୍ୟମିକ ଓଡିଶା ,ସ୍ବତନ୍ତ୍ର ଅତିଥି ଶ୍ରୀଯୁକ୍ତ ଶ୍ରୀକାନ୍ତ କୁମାର ରାଉତ ଅନୁଶାସନ ସଚିବ ଲୋକ ସେବା ଭଵନ ଓଡ଼ିଶା ଅର୍ଥବିଭାଗ , ପ୍ରମୁଖ ଯୋଗ ଦେଇଥିଲେ ।ମଞ୍ଚ ପରିଚାଳନା କରିଥିଲେ ଡ଼ ରେଣୁବାଳା ସାମନ୍ତରାୟ ତତସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ।  ଛାତ୍ର ଛାତ୍ରୀ ମାନେ ଅତିଥି ଙ୍କୁ ଭବ୍ୟ ସ୍ଵାଗତ କରି ପୁଷ୍ପ ଗୁଛ ପ୍ରଦାନ କରିଥିଲେ। ଅଧକ୍ଷ ଶିକ୍ଷା ସାରଥି ସୁଧାଂଶୁ ଶେଖର ମହାନ୍ତି ବାର୍ଷିକ ବିବରଣୀ ପାଠ କରିଥିଲେ। ପ୍ରତିଷ୍ଠାତା ଶ୍ରୀଯୁକ୍ତ ରାମଚନ୍ଦ୍ର ମହାପାତ୍ର ମଞ୍ଚାସିନ ଅତିଥି ଙ୍କୁ ମାନ ପତ୍ର ଓ ଉତୋରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ। ପରେ ପରେ ବିଦ୍ୟାଳୟ ପରିସରରେ  ଅନନ୍ତ ନାରାୟଣ ନୂତନ ପାଠାଗାର ର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ସହଯୋଗ କରିଥିଲେ।

Post a Comment

0 Comments

Please Select Embedded Mode To show the Comment System.*