ସ୍ୱଚ୍ଛ ଭାରତ ମିଶନ କୁ ଅକ୍ଷରେ ଅକ୍ଷରେ ପାଳନ କଲେ ଅଧକ୍ଷାଙ୍କ ପ୍ରତିନିଧି ।

utkalnews7
By
0


ବାଲୁଗାଁ,(ଉତ୍କଳ ନ୍ୟୁଜ୍୭),୯।୧୧: ସ୍ୱଚ୍ଛ ଭାରତ ମିଶନ କୁ ଅକ୍ଷରେ ଅକ୍ଷରେ ପାଳନ କଲେ ବାଲୁଗାଁ ଏନ ଏ ସି ଅଧକ୍ଷା ଙ୍କ ପ୍ରତିନିଧି ସନ୍ତୋଷ ପାଇକରାୟ। ସୂଚନା ଅନୁସାରେ କରୋନା ର ତାଣ୍ଡବରେ ଓଡ଼ିଶାର ସମସ୍ତ ପରମ୍ପରା ବ୍ୟାହତ ହୋଇଥିବା ବେଳେ ଚିଲିକା ଅଞ୍ଚଳ ର ପ୍ରତିଷ୍ଠିତ ବୋଇତ ବନ୍ଦାଣ ମହୋତ୍ସବ ମଧ୍ୟ ବାଦ ପଡିନଥିଲା। ଦୀର୍ଘ ଦିନର ବ୍ୟବଧାନ ପରେ ଚଳିତ ବର୍ଷ ଚିଲିକା ବୋଇତ ବନ୍ଦାଣ ମହୋତ୍ସବ ବାଲୁଗାଁ ଏନ ଏ ସି  ଅଧକ୍ଷା ଶ୍ରୀମତୀ ସୁକାନ୍ତି ପାଇକରାୟ ଙ୍କ ଅଧକ୍ଷତାରେ ମହାଆଡ଼ମ୍ବର ରେ ପାଳିତ ହୋଇଯାଇଥିଲା। ହଜାର ହଜାର ଦର୍ଶକଙ୍କ ଗହଣରେ ପ୍ରତିଷ୍ଠିତ ହୋଇଯାଇଥିଲା ପାରମ୍ପାରିକ ବୋଇତ ବନ୍ଦାଣ ମହୋତ୍ସବ ।ମାନ୍ୟଗଣ ଅତିଥି ଯୋଗ ଦେଇଥିଲେ ଉକ୍ତ ସଭାରେ ତାତ ସହିତ ଓଡ଼ିଶାର ଲୋକପ୍ରିୟ ଗୀତିକାର ଏବଂ ନୃତ୍ୟ କଳା କାରଙ୍କୁ ଦେଖିବା ପାଇଁ ନାହିଁନଥିବା ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଏତେ ବଡ଼ ଆୟୋଜନ ଦେଖି ବାଲୁଗାଁ ଏସ ଡି ପି ଓ ମାନସରଞ୍ଜନ ବାରିକ ଙ୍କ ଅଧକ୍ଷତାରେ ସ୍ଥାନୀୟ ପୋଲିସ ପ୍ରଶାସନ ମଧ୍ୟ ଲୋକଙ୍କୁ ଆୟତକୁ ଆଣିଥିଲେ। ସ୍ଥାନୀୟ କିମ୍ବା ଆଖ ପାଖ ଅଞ୍ଚଳ ର ମାତ୍ରାଧିକ ଲୋକଙ୍କ ଯୋଗୁଁ  ସଭା ସ୍ଥଳ ଠାରେ ଅଦରକାରୀ ବର୍ଯ୍ୟ ବସ୍ତୁ ପଡିରହିଥିବା ଦେଖିବାକୁ ମିଳିଥିଲା। ତେଣୁ ସରକାରଙ୍କ ସ୍ୱଚ୍ଛ ସମାଜ ନାରାକୁ ଅକ୍ଷରେ ଅକ୍ଷରେ ପାଳନ କରି ଅଧକ୍ଷା ଙ୍କ ପ୍ରତିନିଧି ସନ୍ତୋଷ ପାଇକରାୟ ଏବଂ କିଛି ସ୍ଥାନୀୟ ଯୁବକଙ୍କ ସାହାଯ୍ୟରେ ସଫେଇ କାର୍ଯ୍ୟ କରାଯାଇଥିଲା।

Post a Comment

0 Comments

Please Select Embedded Mode To show the Comment System.*