ଦଶହରା ପୂର୍ବରୁ ଦଶପଲ୍ଲା କୁ ଟ୍ରେନ ଚଳାଚଳ ନହେଲେ ଜିଲ୍ଲା ନାଗରିକ ମଞ୍ଚର ଆନ୍ଦୋଳନ ଚେତାବନୀ।

utkalnews7
By
0


ନୟାଗଡ଼,୫।୧୦,(ଉତ୍କଳ ନ୍ୟୁଜ୍୭) : ନୟାଗଡ଼ ଜିଲ୍ଲା ଦଶପଲ୍ଲା ରେଳ ଷ୍ଟେସନର ନିର୍ମାଣ କାର୍ଯ୍ୟ ଶେଷ ହୋଇ ସମସ୍ତ ପ୍ରକାର ଯାଞ୍ଚ ଏବଂ ପରୀକ୍ଷଣ କାର୍ଯ୍ୟ ଶେଷ ହୋଇଛି, ଏପରିକି ଦକ୍ଷିଣ -ପୂର୍ବ ରେଳପଥ ମୁଖ୍ୟ ସୁରକ୍ଷା ଅଧିକାରୀ ଏ. ଏମ ଚୌଧୁରୀ ସମସ୍ତ ପ୍ରକାର ଯାଞ୍ଚ କାର୍ଯ୍ୟ ସମାପ୍ତ କରି ଟ୍ରେନ ଚଳାଚଳ ପାଇଁ ନିରାପତ୍ତା ପ୍ରମାଣ ପତ୍ର ଦୁଇ ମାସ ତଳୁ ବିଭାଗୀୟ ଅଧିକାରୀଙ୍କୁ ପ୍ରଦାନ କରିସାରିଛନ୍ତି, ତେବେ ସମସ୍ତ ପ୍ରକାର ଆନୁସଙ୍ଗିକ କାର୍ଯ୍ୟ ଶେଷ ହୋଇଥିବା ବେଳେ ଦଶପଲ୍ଲା କୁ ଟ୍ରେନ ଚଳାଚଳ ଆରମ୍ଭ ହେଉ ନଥିବାରୁ ଜିଲ୍ଲାବାସୀଙ୍କ ପକ୍ଷରୁ ଗଭୀର ଅସନ୍ତୋଷ ଦେଖା ଦେଇଛି, ବିଭାଗ ପକ୍ଷରୁ ଦଶପଲ୍ଲା କୁ ଟ୍ରେନ ଚଳାଚଳ ତୁରନ୍ତ ଆରମ୍ଭ କରାଯିବ ବୋଲି ବାରମ୍ବାର ପ୍ରତିଶୃତି ଦେଉ ଥିଲେ ହେଁ,ଏଯାବତ ନିରିଦ୍ଧିଷ୍ଟ ତାରିଖ ଘୋଷଣା କରାଯାଇ ନାହିଁ, ନୟାଗଡ ଜିଲ୍ଲା ନାଗରିକ ମଞ୍ଚ ର ଜରୁରୀ ବୈଠକ ପରେ ମଞ୍ଚ ର ସଭାପତି ସମାଜ ସେବୀ ପ୍ରମୋଦ ପଟ୍ଟନାୟକ, ଏବଂ ସମ୍ପାଦକ ଲଷ୍ମୀଧର ସାହୁ,ପ୍ରଶାନ୍ତ ପଟ୍ଟନାୟକ, ପ୍ରଦୀପ୍ତ ସାହୁ,, ପ୍ରଦୀପ୍ତ ଡାକୁଆ, ଲକ୍ଷ୍ମୀଧର ମହାପାତ୍ର, ଗୋକୁଳ ଷଡ଼ଙ୍ଗୀ, ପ୍ରମୁଖ ଏକ ପ୍ରତିନିଧି ଦଳ ରେଳ ଷ୍ଟେସନ ଦାୟିତ୍ୱ ରେ ଥିବାଅଧିକାରୀ ଶାନ୍ତନୁ କୁମାର ଦାସଙ୍କୁ ଖୋର୍ଦ୍ଧା ରୋଡ଼ ସ୍ତିତ ରେଳ ବିଭାଗର ଡି. ଆଇ.ଏମ ଙ୍କ ଉଦେଶ୍ୟ ରେ ଏକ ଦାବି ପତ୍ର ପ୍ରଦାନ କରାଯାଇଛି,ସୂଚନା ଅନୁଯାୟୀ ଖୋର୍ଦ୍ଧା ରୋଡ଼ ରୁ ଦଶପଲ୍ଲା ମାତ୍ର ୧୧୨ କି.ମି, ରେଳପଥ ନିର୍ମାଣ ପାଇଁ ଇତି ମଧ୍ୟରେ ଆଠ ବର୍ଷ ଅତିକ୍ରାନ୍ତ ହୋଇସରିଛି,ନୟାଗଡ଼ ଜିଲ୍ଲା ପ୍ରତି ରେଳ ବିଭାଗ ର ବୈମାତୃକ ମନୋଭାବ ପ୍ରତିଦାନରେ ଜିଲ୍ଲା ନାଗରିକ ମଞ୍ଚ ଆନ୍ଦୋଳନ ଏବଂ ଧର୍ମଘଟ କରିବ ବୋଲି ନିଷ୍ପତି ନେଇଛି,ଏତଦବ୍ୟତୀତ ସ୍ଥାନୀୟ ରେଳ ଷ୍ଟେସନ ରେ ଲାଗି ରହିଥିବା ଆଠ ଦଫା ଦାବି ସମ୍ଭଳିତ ବିଭିର୍ନ ସମସ୍ୟା ସମ୍ପର୍କ ରେ ଏକ ଉଚ୍ଚ ପ୍ରତିନିଧି ଦଳ ନାଗରିକ ମଞ୍ଚ ସହ ଆଲୋଚନା କରି ତୁରନ୍ତକାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପ୍ରତିଶୃତି ଦେଇ ଆନ୍ଦୋଳନ କୁ ସ୍ଥଗିତ ରଖା ଯାଇଥିଲେ ମଧ୍ୟରେଳ କତୃପକ୍ଷ କୁମ୍ଭ କର୍ଣ୍ଣ ନିଦ୍ରା ରେ, ଏସବୁ ପ୍ରତିବାଦ ରେ ନାଗରିକ ମଞ୍ଚ ପକ୍ଷରୁ ଏକ ବିରାଟ ଆନ୍ଦୋଳନ କରାଯିବ ବୋଲି  ସଭାପତି ପ୍ରମୋଦ ପଟ୍ଟନାୟକ ଚେତାବନୀ ଦେଇଛନ୍ତି।

Post a Comment

0 Comments

Please Select Embedded Mode To show the Comment System.*