ଟାଙ୍ଗୀ ସାହିରେ ବିଜେପି କର୍ମୀ ବୈଠକ ଅନୁଷ୍ଠିତ।

utkalnews7
By
0


ବୋଲଗଡ଼,୧୦।୯,(ଉତ୍କଳ ନ୍ୟୁଜ୍୭) : ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ୍ ଅନ୍ତର୍ଗତ ଫାସୀଓଦାଗ୍ରାମପଞ୍ଚାୟତର ଟାଙ୍ଗୀ ସାହିରେ  ବିଜେପି ପଦଯାତ୍ରାରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଯୋଗ ଦେଇଥିଲେ l ତାପରେ ଶକ୍ତିମୟୀ ମା ଶିଖରବାସିନୀ ମଙ୍ଗଳାଙ୍କ ପଡିଆଠାରେ ଏକ ବିଜେପି କର୍ମୀ ବୈଠକ ଅନୁଷ୍ଠିତ ହୋଇଥିଲା l ଏହି ବିଜେପି କର୍ମୀ ବୈଠକରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଯୋଗଦେଇ ଜନସାଧାରଣଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରି ବୁଝି ଥିଲେ। ଏହା ପରେ ବୁଥ ସ୍ଥରୀୟ କାର୍ଯ୍ୟକର୍ତାମାନଙ୍କ  ବିଜେପି ଦଳୀୟ ବୈଠକରେ ଅନ୍ୟାନ୍ୟ ଓ ଉନ୍ନୟନ ମୂଳକ କାର୍ଯ୍ୟାଆଦେଶ ସମ୍ପର୍କରେ ଆଲୋକପାତ କରିଥିଲେ।ଉକ୍ତ ବୈଠକକୁ ବୋଲଗଡ଼ ବିଜେପି ମଣ୍ଡଳ ସାଧାରଣ ସମ୍ପାଦକ  ଆର୍ତ୍ତବନ୍ଧୁ ପ୍ରଧାନଙ୍କ ନେତୃତ୍ୱରେ ବହୁ ସଂଖ୍ୟକ ବିଜେପି କାର୍ଯ୍ୟକର୍ତ୍ତାମାନେ ଯୋଗଦେଇ ଥିଲେ। ସାଂସଦଙ୍କ ପ୍ରତିନିଧି  ପ୍ରକାଶ ରଣବିଜୁଳି, ବୋଲଗଡ଼ ମଣ୍ଡଳ ସଭାପତି  ରଘୁନାଥ ଷଡ଼ଙ୍ଗୀ,ଦୀନବନ୍ଧୁ ପରମଗୁରୁ,ବିନୋଦ ମହାରଣାଙ୍କ ସମେତ ବହୁ  ବ୍ୟକ୍ତି ଉପସ୍ଥିତ ଥିଲେ।ମୋ ଦେଶ ମୋ ମାଟି କାର୍ଯ୍ୟକ୍ରମରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ସାମିଲ ହୋଇ ବୋଲଗଡ ବ୍ଲକ ଅଂଚଳରୁ ସ୍ୱାଧୀନତା ସଂଗ୍ରାମ ମାଟି ସଂଗ୍ରହକରି ନୂଆଦିଲ୍ଲୀକୁ ନେଇଯାଇଥିଲେ l 


ବିଜେପି କର୍ମୀମାନେ ଲୋକମାନଙ୍କୁ ସାହାର୍ଯ୍ୟ କରି ଦଳର ସମସ୍ତଙ୍କ ମଧ୍ୟରେ ଏକତା, ସମନ୍ୱୟ, ଦଳର ସଂଗଠନ ବଜାୟ ରଖିବାକୁ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ପରାମର୍ଶ ଦେଇଥିଲେ l ସର୍ବଶେଷରେ ଫାସୀଓଦା ଗ୍ରାମପଞ୍ଚାୟତର ସଭାପତି  ରାଘବ ଚନ୍ଦ୍ର ସ୍ୱାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ଥିଲେ।

Post a Comment

0 Comments

Please Select Embedded Mode To show the Comment System.*