ଚିଲିକାରେ ଫାଟ, ସାଧାରଣ ନିର୍ବାଚନ ପୂର୍ବରୁ ପୂର୍ବତନ ବିଧାୟକଙ୍କ ଗାଡିକୁ ଅଣ୍ଡା ମାଡ, ଦୁଇଗୋଷ୍ଠୀ ମୁହାଁ ମୁହିଁ।

utkalnews7
By
0


ବାଣପୁର,୨୮।୯,(ଉତ୍କଳ ନ୍ୟୁଜ୍୭): ଦିନକୁ ଦିନ ବଦଳିବାରେ ଲାଗିଛି ଚିଲିକା ନିର୍ବାଚନ ମଣ୍ଡଳୀର ରାଜନୈତିକ ଚିତ୍ର। ଆଗକୁ ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ତେବେ ଏଥର ଚର୍ଚ୍ଚା ଚିଲିକାର ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ  ନେଇ ନୁହେଁ। ଏଥର ଚର୍ଚ୍ଚା ହେଉଛି ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କୁ ନେଇ। ଚିଲିକାର ରାଜନୈତିକ ତାତିରୁ ବାଦ୍ ପଡି ନାହାନ୍ତି ପୂର୍ବତନ ବିଧାୟକ, ଶେଷରେ ହୋଇଛନ୍ତି ଅଣ୍ଡାମାଡର ଶୀକାର।ମିଳିଥିବା ସୂଚନା ଅନୁସାରେ, ଆଜି ସକାଳ ସମୟରେ ପୂର୍ବତନ ବିଧାୟକ ରଘୁନାଥ ସାହୁ ବାଣପୁର ବିସରପାଟଣା ଛକ ଠାରେ ଚା'ଖଟିରେ ନିମଗ୍ନ ଥିବା ସମୟରେ ବାଣପୁର ବିଜ୍ଞାପିତ ଅଞ୍ଚଳ ବିସର ପାଟଣା ଛକ ଠାରେ ଅଣ୍ଡା ମାଡ଼ର ଶିକାର ହୋଇଥିବା ସୂଚନା ମିଳିଛି l ବିଗତ କିଛିଦିନ ହେଲା ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁ ଚିଲିକା ନିର୍ବାଚନ ମଣ୍ଡଳୀରେ ବୁଲି ବୁଲି ଚା ଖଟିରେ ଲୋକଙ୍କ ପାଖରେ ପହଞ୍ଚି ସମସ୍ତଙ୍କ ସହିତ ମିଶି ବିଜେଡି ସଂଗଠନକୁ ସୁଦୃଢ କରିବାକୁ ଲାଗିଥିବା ବେଳେ ତାଙ୍କୁ ବିରୋଧ ପ୍ରଦର୍ଶନ କରାଯାଇଛି । ତେବେ ପୂର୍ବତନ ବିଧାୟକଙ୍କୁ ଆକ୍ରମଣ ସହିତ ଅଣ୍ଡା ମାଡ଼ ହୋଇଥିବାର ଜଣାଯାଇଛି । ତେବେ ଘଟଣା ସ୍ଥଳରେ ସପକ୍ଷ ଓ ବିପକ୍ଷ ଦୁଇଗୋଷ୍ଠୀ ମଧ୍ୟରେ ଧସ୍ତା ଧସ୍ତି ହେବା ସହ ସାଧାରଣ ଜନତା ଆହତ ହେବା ଯୋଗୁଁ ଉତେଜନା ପରିସ୍ଥିତି ଦେଖାଦେଇଥିଲା।ଏହାକୁ ନେଇ ବାଣପୁର ଥାନାରେ ମାମଲା ରୁଜୁ ହୋଇଥିବା ଜଣାପଡିଛି lତେବେ  ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କୁ, ବର୍ତମାନର ପରିସ୍ଥିତିରେ ଏଠାରେ ରାଜନୀତିରେ ଅସହିଷ୍ଣୁତାର ବଶବର୍ତ୍ତୀ ହୋଇ ଯେଉଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଛି ତାହା ଭବିଷ୍ୟତକୁ ସତର୍କ କରାଇ ଦେଉଛି ବିଜେଡିର ସଙ୍ଗଠନ ଶୃଙ୍ଖଳିତ ନୁହେଁ ବୋଲି ଚର୍ଚ୍ଚା ଜୋର ଧରିଛି।ଏହି ଗଣ୍ଡଗୋଳରେ ଜଣେ ଯୁବକ ଆହତ ହୋଇଛନ୍ତି । ଅନ୍ୟ ପକ୍ଷରେ ଗୋଳିଆ ପାଣିରୁ ବାଳିହା ମାରିବାକୁ ବିରୋଧୀ  ରାଜନୈତିକ ମାନେ ତୟାର୍ ଥିବା ଚର୍ଚ୍ଚା ହେଉଛି।

Post a Comment

0 Comments

Please Select Embedded Mode To show the Comment System.*