ଜାତୀୟ ପତାକାକୁ ଅସମ୍ମାନ କଲେ ହେବ କାର୍ଯ୍ୟାନୁଷ୍ଠାନ।

utkalnews7
By
0


ଟାଙ୍ଗୀ,୧୩।୮,(ଉତ୍କଳ ନ୍ୟୁଜ୍୭): ଜାତୀୟ ପତାକାକୁ ଅସମ୍ମାନ କଲେ ହେବ କାର୍ଯ୍ୟାନୁଷ୍ଠାନ। ଦେଶପ୍ରେମୀମାନଙ୍କୁ ଏପରି ସନ୍ଦେଶ ଦେଇଛନ୍ତି ନିରାକାରପୁର ଥାନା ଅଧିକାରିଣୀ।  ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଦେଶ ଆଜାଦି କି ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ଚଳିତ ବର୍ଷ ସ୍ୱାଧୀନତା ଦିବସ ଅବସରରେ ଜାତୀୟ ପତାକାର ବହୁଳ ବ୍ୟବହାର ହେଉଥିବାର ଦେଖାଯାଉଛି।ତେବେ ଜାତୀୟ ପତାକାର ବହୁଳ ବ୍ୟବହାର ନିଶ୍ଚିତ ଆମ ସମସ୍ତଙ୍କ ପାଇଁ ଗର୍ବ ବିଷୟ।  ରାଜ୍ୟ ତଥା ଦେଶର ବିଭିନ୍ନ ଅଞ୍ଚଳରୁ ବହୁ ଅରୁଚିକର ଦୃଶ୍ୟ ଦେଖିବାକୁ ମିଳୁଛି। ବିଭିନ୍ନ ସ୍ଥାନରେ ରାଲି ପରବର୍ତ୍ତୀ ସମୟରେ ହେଉ କିମ୍ବା ଘର ସମ୍ମୁଖରେ ହେଉ ଜାତୀୟ ପତାକା ତଳେ ପଡିଥିବାର ଦେଖିବାକୁ ମିଳୁଛି। ଯାହାକି ଆମର ଦେଶ ପ୍ରତି ଅପମାନ। ଜାତୀୟ ପତାକାର ଅସମ୍ମାନ ଅର୍ଥ ଆମ ଦେଶର ସମ୍ବିଧାନକୁ ଅସମ୍ମାନ।ଆଜି ଥାନା ଆଇଆଇସି ନିଜ ଥାନା ଷ୍ଟାଫ୍ ଓ ସ୍ଥାନୀୟ ସାମ୍ବାଦିକମାନଙ୍କୁ ନେଇ ଏକ ବୈଠକ କରିଛନ୍ତି।କୌଣସି ସ୍ଥାନରେ ଜାତୀୟ ପତାକାକୁ ଅସମ୍ମାନ ହୋଇଥିବା ଖବର ମିଳିବା କ୍ଷଣି ତ୍ଵରିତ ପଦକ୍ଷେପ ନେବା ପାଇଁ କୁହାଯାଇଛି।ଥାନାଧିକାରୀମାନେ ଆଗ୍ରହୀ ବିଦ୍ୟାଳୟ ଓ ସ୍ଵେଚ୍ଛାସେବୀ ମାନଙ୍କସହ ମିଶି ଉକ୍ତ ସଚେତନତା ଦିଗରେ ପ୍ରଚାର ପ୍ରସାର କରିବେ ବୋଲି ସୂଚନା ଦେଇଛନ୍ତି। ଆବଶ୍ୟକ ସ୍ଥଳେ ଘଟଣା ସ୍ଥାନକୁ ଯାଇ ଜାତୀୟ ପତାକାକୁ ଉଦ୍ଧାର କରିବା ସହିତ ଖିଲାପକାରୀ ବ୍ୟକ୍ତି ବା ସଂସ୍ଥା ବିରୁଦ୍ଧରେ ଆଇନ୍ ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ।

Tags:

Post a Comment

0 Comments

Please Select Embedded Mode To show the Comment System.*