ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଧରାପଡିଲେ ରାଜସ୍ୱ ନିରୀକ୍ଷକ।

utkalnews7
By
0


ଟାଙ୍ଗୀ,୧୦/୮ : ରାଜ୍ୟ ସରକାର ସରକାରୀ କାର୍ଯ୍ୟାଳୟ ଗୁଡିକରେ ସ୍ୱଛତା ଆଣିବା ଲାଗି ଆରମ୍ଭ କରିଥିଲେ ୫ଟି ଯୋଜନା । ହେଲେ ରାଜସ୍ୱ ବିଭାଗରେ କାର୍ଯ୍ୟରତ ସରକାରୀ ବାବୁ ମାନେ ସାଧାରଣ ଲୋକଙ୍କ ଠାରୁ ବିନା ଲାଞ୍ଚରେ କୌଣସି କାର୍ଯ୍ୟ କରୁନଥିବାର ଅଭିଯୋଗ ଆସୁଥିଲା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ରାଜସ୍ୱ ନିରୀକ୍ଷକ।ସୂଚନାଯୋଗ୍ୟ  ଯେ,ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ତହସିଲ କାର୍ଯ୍ୟାଳୟ ଅଧିନ ଅଚ୍ୟୁତପୁର ରାଜସ୍ୱ ନିରୀକ୍ଷକ ବାରମ୍ବାର ଲୋକଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ଅଚ୍ୟୁତପୁର ରାଜସ୍ୱ ନିରୀକ୍ଷକ ଗୈ।ରାଙ୍ଗ ଶବର  ଭିଜିଲାନ୍ସ ହାତରେ ଧରାପଡିଛନ୍ତି।ଏକ ଜମି-ଜମା ପଟ୍ଟା ସଂକ୍ରାନ୍ତିୟ କାର୍ଯ୍ୟ କରାଇଦେବା ପାଇଁ ରାଜସ୍ୱ ନିରୀକ୍ଷକ ଗୈ।ରାଙ୍ଗ ଶବର ୮ ହଜାର ଟଙ୍କା ଲାଞ୍ଚ  ଜଣେ ବ୍ୟକ୍ତିଙ୍କୁ ମାଗିଥିଲେ। ଏ ନେଇ ବ୍ୟକ୍ତି ଜଣକ ଭିଜିଲାନ୍ସରେ ଜଣାଇଥିଲେ। ବୁଧବାର  ବ୍ୟକ୍ତି ଜଣକ ୮ ହଜାର ଟଙ୍କା ଲାଞ୍ଚ ନେଇ ରାଜସ୍ୱ ନିରୀକ୍ଷକ ଗୌରାଙ୍ଗ ଶବରଙ୍କୁ  ଦେଉଥିବା ବେଳେ  ଭିଜିଲାନ୍ସ ଟିମ୍ ମାଡି ବସିଥିଲେ।ଏହା ପରେ ଟାଙ୍ଗୀ ତହସିଲ କାର୍ଯ୍ୟାଳୟରେ ରାଜସ୍ୱ ନିରୀକ୍ଷକଙ୍କୁ ଅଟକ ରଖି ପଟ୍ଟା ସମ୍ପର୍କୀୟ ଅଭିଯୋଗର ତଦନ୍ତ ଜାରୀ ରଖିଥିବା ସୂଚନା ମିଳିଛି।

Post a Comment

0 Comments

Please Select Embedded Mode To show the Comment System.*