ବିଦ୍ୟାଳୟରେ ସ୍ଵାଧୀନତା ଦିବସ ପାଳିତ, ପତାକା ଉତ୍ତୋଳନ କଲେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ।

utkalnews7
By
0


ରଣପୁର,୧୫।୦୮,(ଉତ୍କଳ ନ୍ୟୁଜ୍୭) : ଖୁବ୍ ଆଡ଼ମ୍ଵରରେ ପାଳନ ହେଲା ସ୍ଵାଧୀନତା ଦିବସ।  ପତାକା ଉତ୍ତୋଳନ କଲେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ରସାନନ୍ଦ ପ୍ରଧାନ ।ଏହା ସହ ଦେଶ ପାଇଁ ଶହୀଦ ହୋଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି |ଆଜି ସାରା ଦେଶ ସ୍ୱାଧୀନତାର ୭୫ ତମ ବର୍ଷ ପୂର୍ତ୍ତୀ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି । ଏହି ଅବସରରେ ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ବଜ୍ରକୋଟ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ସୁଶୀଲ କୁମାର ରଣାଙ୍କ ତତ୍ୱାବଧାନରେ ସ୍ୱାଧୀନତାର ଅମୃତ ମହୋତ୍ସବ ଦିବସ ଖୁବ ଆଡମ୍ବରପୁର୍ଣ ଭାବେ ପାଳିତ ହୋଇ ଯାଇଛି  | ଆଜି ବିଦ୍ୟାଳୟକୁ ଛାତ୍ରଛାତ୍ରୀମାନେ ସୁବାଷ ଚନ୍ଦ୍ର ବୋଷ, ସୈନିକ, ମହାତ୍ମାଗାନ୍ଧୀ, ରାଣୀ ଝାନ୍ସୀ ଲକ୍ଷ୍ମୀବାଇ ଆଦି ସ୍ୱାଧୀନତା ସଂଗ୍ରାମୀଙ୍କ ବେଶ ପୋଷାକ ପରିଧାନ କରି ଆସିଥିଲେ  | ଏହାପରେ ପିଲାମାନେ ପ୍ରଭାତ ଫେରୀ କାର୍ଯ୍ୟରେ ସାମିଲ ହୋଇ ଗ୍ରାମ ପରିକ୍ରମା କରିଥିଲେ | ଏହାପରେ ବିଦ୍ୟାଳୟ ପତାକା ଉତ୍ତୋଳନ କରାଯାଇଥିଲା | ରଣପୁର ଶିକ୍ଷା ବ୍ଲକର ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ରସାନନ୍ଦ ପ୍ରଧାନ ପତାକା ଉତ୍ତୋଳନ କରିଥିଲେ |ଏହାପରେ ଏକ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା  | ଏହି ସଭାକାର୍ଯ୍ୟରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ବନିତା ବଳିୟାରସିଂହ, ମୁଖ୍ୟ ବକ୍ତାଭାବେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ରସାନନ୍ଦ ପ୍ରଧାନ, ସମ୍ମାନୀତ ଅତିଥି ଭାବେ ସମିତି ସଭ୍ୟ  ସୁଦର୍ଶନ ମାନସିଂହ, ଶିକ୍ଷବିତ ଲକ୍ଷ୍ମୀଧର ସାହୁ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଅବକାଶ ସ୍ୱାଇଁ, ୱାର୍ଡ଼ମେମ୍ବର ସରୋଜିନୀ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ | ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବକ୍ତୃତା, ନୃତ୍ୟ, ଫାନ୍ସି ଡ୍ରେସ, ଶସ୍ୟ ସାହାଯ୍ୟରେ ଜାତୀୟ ପତାକା ପ୍ରସ୍ତୁତି ଆଦି କ୍ଷେତ୍ରରେ ପ୍ରତିଯୋଗିତା କରାଯାଇଥିଲା  | ଏହାପରେ ବିଭିନ୍ନ କ୍ଷେତ୍ରରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ଓ କଲମ ଦେଇ ପୁରସ୍କୃତ କରାଯାଇଥିଲା | ଏହା ସହିତ ଉତ୍ତମ ବ୍ୟବହାର ପ୍ରଦର୍ଶନ କ୍ଷେତ୍ରରେ ମଧ୍ୟ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇ ପୁରସ୍କୃତ କରାଯାଇଥିଲା  |ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷୟତ୍ରୀ ପଦ୍ମାବତୀ ବେହେରା, ଅଙ୍ଗନବାଡି କର୍ମୀ ପୁଷ୍ପମଞ୍ଜରୀ ଦେଇ, କାନନବାଳା ସାହୁ , ଆଶାକର୍ମୀ ଚନ୍ଦ୍ରକାନ୍ତି ସ୍ୱାଇଁ, ବିଦ୍ୟାଳୟ ପରିଚାଳନା କମିଟିର ଉପସଭାପତି ପୁଷ୍ପଲତା ପ୍ରଧାନ, ସଭ୍ୟ ରବୀନ୍ଦ୍ର କୁମାର ସଂଗ୍ରାମସିଂହ, ଚନ୍ଦ୍ରକାନ୍ତ ପ୍ରଧାନ, ସଂଜିତା ନାୟକ, ନିମେଇଁ ଦଳେଇଙ୍କ ସହିତ କମିଟିର ସମସ୍ତ ସଦସ୍ୟ ସଦସ୍ୟା ଓ ଗ୍ରାମବାସୀ ଏହି କାର୍ଯ୍ୟକ୍ରମରେ ପୂର୍ଣ୍ଣ ସହଯୋଗ କରିଥିଲେ |

Post a Comment

0 Comments

Please Select Embedded Mode To show the Comment System.*