ରଣପୁର,୧୫।୮,(ଉତ୍କଳ ନ୍ୟୁଜ୍୭):ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ କନ୍ଧନୟାଗଡ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରେ ୭୬ ତମ ସ୍ଵାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି ।ସରପଞ୍ଚ ଶ୍ରୀମତୀ ଗୁଲୁବାସ ସୁବୁଦ୍ଧି ପତାକା ଉତୋଳନ କରି କନ୍ଧନୟାଗଡ଼ ମାଟିର ଇତିହାସର ସ୍ମୃତିକୁ ମନେପକାଇଥିଲେ।ମୁଖ୍ୟବକ୍ତା ଭାବେ ନୟାଗଡ଼ ଜିଲ୍ଲା ଖାଉଟି ଫୋରମ୍ ଅଧ୍ୟକ୍ଷ ଶ୍ରୀଯୁକ୍ତ ନାରାୟଣ ମହାପାତ୍ର ଯୋଗ ଦେଇ ରଣପୁର ଇତିହାସ ଓ କନ୍ଧନୟାଗଡର ୪ ଜଣ ବନ୍ଦୀ ସଂଗ୍ରାମୀ ଅଚ୍ୟୁତ, ମୁରଲୀ, ରାମ, ବନମାଳୀ ଙ୍କ ପ୍ରଜା ମେଳି ଆନ୍ଦୋଳନ , ବୀରତ୍ୱ ଓ ଦେଶଭକ୍ତ ଗାଥାକୁ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ।ରଘୁ ଦିବାକର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ , ଶିକ୍ଷୟତ୍ରୀ , ଛାତ୍ର ଛାତ୍ରୀ , କଳିଙ୍ଗ ଭାରତୀ ବିଦ୍ୟା ନିକେତନ ର ଛାତ୍ର ଛାତ୍ରୀ , ଗୁରୁମା, ଗୁରୁଜୀ,ସରସ୍ଵତୀ ଶିଶୁ ମନ୍ଦିର ଏବଂ କନ୍ଧାନୟାଗଡ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ ଓ ଛାତ୍ର ଛାତ୍ରୀ ଯୋଗଦେବା ସହ ପିଲାମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଉଥିଲେ । ଗ୍ରାମ ପଞ୍ଚାୟତର ସ୍ଵୟଂ ସହାୟକ ଗୋଷ୍ଠୀର ଏମବିକେ,ସିଆରପି, ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ, ନାଏବ ସରପଞ୍ଚ, ୱାର୍ଡ ମେମ୍ବର ସଭ୍ୟସଭ୍ୟା, ବୁଦ୍ଧିଜୀବୀ, ଯୁବ ଗୋଷ୍ଠୀ ମାନେ ଉପସ୍ଥିତ ରହି ଅମୃତ ମହୋତ୍ସବ ପାଳନ କରିଥିଲେ ।
0 Comments