ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତିର ୫ମ ବ୍ଲକ୍ ସମ୍ମିଳନୀ ରଣପୁରରେ ଅନୁଷ୍ଠିତ।

utkalnews7
By
0

ରଣପୁର,୧୫।୮,(ଉତ୍କଳ ନ୍ୟୁଜ୍୭):ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ ସଦର ମହକୁମାଠାରେ ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତିର ୫ମ ବ୍ଲକ୍ ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ଅନୁଷ୍ଠିତ ଏହି ସମ୍ମିଳନୀରେ ନାରୀ ମୁକ୍ତି ଓ ନାରୀ ପ୍ରଗତି ପାଇଁ କାର୍ଯ୍ୟ କରିବାକୁ ଆହ୍ବାନ ଦିଆଯାଇଛି।ଏହି ପରିପ୍ରେକ୍ଷୀ ରେ ଗଣତାନ୍ତ୍ରିକ ମହିଳା ସମିତିର ସଂଗଠନର ପତାକାକୁ ବ୍ଲକ୍ ସଭାପତି ନିର୍ମଳା ଜେନା ଆନୁଷ୍ଠାନିକ ଭାବେ ଉତ୍ତୋଳନ କଲା ପରେ ସହିଦ ବେଦିରେ ମାଲ୍ୟାର୍ପଣ କରା ଯାଇଥିଲା।ପରେ ସହିଦ ରଘୁଦିବାକର ଭବନ ଠାରେ ନିର୍ମଳା ଜେନା ଓ ସଂଯୁକ୍ତା ସେଠି ଙ୍କ ସଭାପତି ମଣ୍ଡଳୀରେ ବ୍ଲକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।ଏହି ସମୟ ମଧ୍ୟରେ ଆମ ମାନଙ୍କ ଗହଣରୁ ବିଦାୟ ନେଇଥିବା ବ୍ୟକ୍ତି ବିଶେଷଙ୍କ ଉଦେଶ୍ୟରେ ଏକ ମିନିଟି ଶୋକ ଶ୍ରଦ୍ଧାଞ୍ଜଳି ଗ୍ରହଣ କରାଯାଇ ଥିଲା।ସଂଗଠନର ରାଜ୍ୟ ନେତ୍ରୀ ମିନତୀ ପାଣିଗ୍ରାହୀ ସମ୍ମିଳନୀକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ।ସଂଗଠନର ଏକ ସାଂଗଠନିକ ଓ ରାଜନୈତିକ ରିପୋର୍ଟ ସଂଯୁକ୍ତା ସେଠି ଉପସ୍ଥାପନା କଲାବେଳେ ହୁଲାସ ରଣା,ପୁଷ୍ପାଞ୍ଜଳି ସେନାପତି,ଜାମିନି ରାଣୀ ବେହେରା,ବୀଣାପାଣି ମିଶ୍ର,ଜ୍ୟୋତି ପ୍ରଭା ଜେନା,ସୁରେଶ ସ୍ବାଇଁ,ହରିଶ୍ଚନ୍ଦ୍ର ମିଶ୍ର ପ୍ରମ୍ମୁଖ ଆଲୋଚନା କରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମହିଳା ବିରୋଧୀ ନୀତି ,ମଦର ପ୍ରସାର,ନାରୀ ନିର୍ଯ୍ୟାତନା ନୀତି ଆକାଶ ଛୁଆଁ ଦରବୃଦ୍ଧି କୁ ତୀବ୍ର ନିନ୍ଦା କରିଥିଲେ।ଏହା ବିରୋଧରେ ରଣପୁର ରେ ଏକ ଦୁର୍ବାର ମହିଳା ସଂଗଠନ ଗଢ଼ି ତୋଳିବାକୁ ଆହ୍ବାନ ଦିଆଯାଇଛି।ଏହି ସମ୍ମିଳନୀରେ ଏକ ନୂତନ ବ୍ଲକ କମିଟି ସର୍ବ ସନମତି କ୍ରମେ ନିର୍ବାଚିତ ହୋଇଥିଲାବେଳେ ଏହାର ସଭାପତି ଭାବେ ସଂଯୁକ୍ତା ସେଠି,ଉପ ସଭାପତି ଭାବେ ଉର୍ମିଳା ଜେନା,ସମ୍ପାଦିକା ଭାବେ ପୁଷ୍ପାଞ୍ଜଳି ସେନାପତି, ସହ ସମ୍ପାଦିକା ଲଷ୍ମୀ ଜେନା,କୋଷାଧ୍ୟକ୍ଷ ପୂର୍ଣ୍ଣିମା ମହାପାତ୍ର ନିର୍ବାଚିତ ହୋଇଥିଲା ବେଳେ ସଭ୍ୟା ଭାବେ ହୁଲାସ ରଣା,ବିଳାସିନୀ ପ୍ରଧାନ,କଲ୍ୟାଣି ପ୍ରଧାନ,ଗୀତାଞ୍ଜଳି ଦୋରା,ରୀନା ସାହୁ,ଜାମିନି ବେହେରା,ମିନି ସ୍ୱାଇଁ, ଶାନ୍ତି ରଗଡ଼,ବାସନ୍ତୀ ବାରିକ,ଜୟନ୍ତି ମହାରଣା,ସରୁଆ ନାୟକ,ସୁକାନ୍ତି ଦେଇ,ସୁଷମା ଜେନା,ମଞ୍ଜୁଲତା ପ୍ରଧାନ ପ୍ରମ୍ମୁଖ ନିର୍ବାଚିତ ହୋଇଥିଲେ।

Post a Comment

0 Comments

Please Select Embedded Mode To show the Comment System.*