କନ୍ଧନୟାଗଡରେ ନନ୍ଦୋତ୍ସବ ପାଳିତ l
By
August 20, 2022
0
ରଣପୁର,୨୦।୮,(ଉତ୍କଳ ନ୍ୟୁଜ୍୭):ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ କନ୍ଧନୟାଗଡ ଗ୍ରାମର ରାଧାକୃଷ୍ଣ ସେବା ସଂସ୍ଥା ଆନୁକୂଲ୍ୟରେ ଦ୍ବାଦଶ ବାର୍ଷିକ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ମହାସମାରୋହରେ ପାଳିତ ହୋଇଛି ଗୁରୁବାର ପବିତ୍ର ଜନ୍ମାଷ୍ଟମୀ ପାଳନ ଅବସରରେ ଗ୍ରାମରେ ସଂକୀର୍ତ୍ତନ ପରିବେଷଣ କରାଯାଇଥିଲା। କୃଷ୍ଣ ଜନ୍ମ ପରେ ନନ୍ଦୋତ୍ସବ କୁ ଉତ୍ସାହ ଉଦ୍ଦୀପନା ମଧ୍ୟରେ ପାଳନ କରାଯାଇଛି। କୃଷ୍ଣ ବଳରାମ, ନନ୍ଦ ଯଶୋଦା ଘୋଡ଼ା ନାଚ ନାଗା ପରୀ ବାଘ ଶବର ଓ ବାଡି ଖେଳ ନେଇ ଗ୍ରାମ ପରିକ୍ରମା କରାଯାଇଥିଲା। ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ରଣପୁରର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସତ୍ୟନାରାୟଣ ପ୍ରଧାନ ଯୋଗଦେଇଥିଲେ।ଏହା ସହ ମୁଖ୍ୟ ବକ୍ତା ଭାବରେ ପୂର୍ବତନ ସରପଞ୍ଚ ଅରୁଣ କୁମାର ସୁବୁଦ୍ଧି ଓ ରାଧାକୃଷ୍ଣ ସେବା ସଂସ୍ଥାର ବରିଷ୍ଠ ସଦସ୍ୟ ଲକ୍ଷ୍ମୀଧର ବେହେର,ପ୍ରଭାକର ବେହେରା,ଲୋଚନ ବେହେର, କାହ୍ନୁ ଚରଣ ବେହେର ଓ ଆଲୋକ କୁମାର ବେହେରା ପ୍ରମୁଖ ସହଯୋଗ କରିଥିଲେ। ପ୍ରତିକୂଳ ପାଗ ସତ୍ତ୍ୱେ ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାକ ଭକ୍ତ ଉପସ୍ଥିତ ଥିଲେ।
Tags:

