ବାଣପୁର ବ୍ଲକରେ ନୂତନ ମଣ୍ଡଳ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟରେ ଯୋଗଦାନ।

utkalnews7
By
0


ବାଣପୁର,୨୦।୮,(ଉତ୍କଳ ନ୍ୟୁଜ୍୭): ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକରେ ନୂତନ ମଣ୍ଡଳ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟରେ ଯୋଗଦାନ।ନୂତନ ମଣ୍ଡଳ ଉନ୍ନୟନ ଅଧିକାରୀ ଭାବରେ ଶ୍ରୀମତୀ ବୁଲବୁଲ ବେହେରା ଯୋଗଦେଇଛନ୍ତି। ଶ୍ରୀମତୀ ବେହେରା ୨୦୧୧ ବ୍ୟାଚ ଓଡ଼ିଶା ପ୍ରଶାସନିକ ସେବା କାର୍ଯ୍ୟରେ ଯୋଗ ଦେଇଥିବା ବେଳେ ଏହା ପୁର୍ବରୁ ସେ ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ୍ ର ମଣ୍ଡଳ ଉନ୍ନୟନ ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ। ନିକଟରେ ତାଙ୍କ ବଦଳି ବାଣପୁର ବ୍ଲକକୁ ହୋଇଥିବା ବେଳେ ଗତକାଲି ସେ କାର୍ଯ୍ୟରେ ଯୋଗଦେଇଛନ୍ତି।ତେବେ ବାଣପୁର ଏକ ବଡ଼ ବ୍ଲକ୍ ଏବଂ ସେ ସମସ୍ତ ନିର୍ବାଚିତ ଜନପ୍ରତିନିଧିଙ୍କ ସହାଭାଗିତାରେ କାର୍ଯ୍ୟ କରିବା ସହ ଜନସାଧାରଣଙ୍କ ଅଭିଯୋଗକୁ ପ୍ରାଥମିକତା ଦେବେ ବୋଲି କହିଛନ୍ତି। ସେହିପରି ଭାବେ କ୍ଷେତ୍ର ପରିଦର୍ଶନ, ୫ଟି ବ୍ୟବସ୍ଥାର ସଠିକ ପରିଚାଳନା ଏବଂ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସମସ୍ତ ଯୋଜନା କିପରି ସଠିକ୍ ଭାବରେ ହିତାଧିକାରୀଙ୍କ ନିକଟକୁ ପହଞ୍ଚିପାରିବ ସେ ଦିଗରେ ଗୁରୁତ୍ୱ ଦେବେ ବୋଲି ଶ୍ରୀମତୀ ବେହେରା ସୂଚନା ଦେଇଛନ୍ତି।

Post a Comment

0 Comments

Please Select Embedded Mode To show the Comment System.*