ବାଲୁଗାଁ ରେଳ ସୁରକ୍ଷା ବଳ ପୋଲିସ ଦ୍ୱାରା ୬ସ୍ମାର୍ଟଫୋନ ଜବତ,ଦୁଇ ଲୁଟେରା ଗିରଫ।

utkalnews7
By
0


ବାଲୁଗାଁ,୨୦।୮,(ଉତ୍କଳ ନ୍ୟୁଜ୍୭): ଖୋର୍ଦ୍ଧା ରୋଡ଼ ରେଳ ଡିଭିଜନ ଅନ୍ତର୍ଗତ ବାଲୁଗାଁ ରେଳ ସୁରକ୍ଷା ବଳ ପୋଲିସ ଦ୍ୱାରା ମୋବାଇଲ ଲୁଟେରାଙ୍କ ବିରୋଧରେ କ୍ରମାଗତ ଭାବେ ଦୁଇ ଦିନ ହେଲା ଚଢ଼ାଉ ଜାରି ରହିଛି। ଗତକାଲି ଦୁଇ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ଆଜି ପୁଣି ଆଉ ଦୁଇ ମୋବାଇଲ ଲୁଟେରା ଗିରଫ ହୋଇଥିବାର ଜଣାପଡିଛି।ସୂଚନା ମୁତାବକ ବାଲୁଗାଁ ରେଳ ସୁରକ୍ଷା ବଳ ଥାନା ନିରିକ୍ଷକ ଜିତେନ୍ଦ୍ର ମୌର୍ଯ୍ୟଙ୍କ ନେତୃତ୍ୱରେ ଆଜି ସକାଳେ ଆରପିଏଫ ଓ ଜିଆରପି ମିଳିତ ଭାବେ ଷ୍ଟେସନର ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ତିନି ନମ୍ବର ପ୍ଲାଟଫର୍ମର ଶେଷ ସ୍ଥାନରୁ ଦୁଇ ଜଣ ସଂନ୍ଦିଗ୍ଧଙ୍କୁ ଗିରଫ କରିଥିଲା ରେଳବାଇ ପୋଲିସ। ସେମାନଙ୍କ ନିକଟରୁ ଛଅ ଗୋଟି ସ୍ମାର୍ଟଫୋନ ଜବତ କରିଛି ରେଳବାଇ ପୋଲିସ। ପଚରାଉଚୁରାରୁ ଜଣାପଡିଥିଲା କି ସେ ସବୁ ଚଳନ୍ତା ଟ୍ରେନରୁ ବିଭିନ୍ନ ରେଳ ଯାତ୍ରୀଙ୍କ ନିକଟରୁ ଚୋରି ହୋଇଥିବା ଫୋନ।ଅଭିଯୁକ୍ତ ଦ୍ବୟ ହେଲେ ବାଲୁଗାଁ ଥାନା ଅଞ୍ଚଳର ସାଗର ବେହେରା (୨୩) ଏବଂ ଚନ୍ଦନ ଘଟୁଆଳି (୨୪)। ଜବତ ସ୍ମାର୍ଟଫୋନ ଗୁଡିକର ଆନୂମାନିକ ମୂଲ୍ୟ ୮୮ ହଜାର ଟଙ୍କା ହେବ ବୋଲି ଜଣାପଡିଛି।ଗିରଫ ଅଭିଯୁକ୍ତ ଦ୍ୱୟଙ୍କ ବିରୋଧରେ ଖୋର୍ଦ୍ଧା ରୋଡ଼ ଜିଆରପି କେସ ନମ୍ବର ୧୦୭/୨୨ ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା ବାଲୁଗାଁ ରେଳ ସୁରକ୍ଷା ବଳ ଥାନା ନିରିକ୍ଷକ ଶ୍ରୀ ମୌର୍ଯ୍ୟ ସୂଚନା ଦେଇଛନ୍ତି।

Post a Comment

0 Comments

Please Select Embedded Mode To show the Comment System.*