ମେଗା ସ୍ବାସ୍ଥ୍ଯ ମେଳା ଅନୁଷ୍ଠିତ।

utkalnews7
By
0


ଟାଙ୍ଗୀ,ନିରାକାରପୁର,କଣାସ,(ଉତ୍କଳ ନ୍ୟୁଜ୍୭): ପୁରୀ ଜିଲ୍ଲା ବକୁ ପଞ୍ଚାୟତର ଶ୍ରୀମୁକୁନ୍ଦପୁର ପ୍ରାଥମିକ ବିଦ୍ୟାଳୟ ଠାରେ ଏକ ମେଗା ସ୍ବାସ୍ଥ୍ଯ ମେଳା ଅନୁଷ୍ଠିତ ହୋଇଯାଇଛି। ପୁରୀ ଜିଲ୍ଲା ମୁଖ୍ଯ ଚିକିତ୍ସା ଅଧିକାରୀଙ୍କ ଅନୁମତି କ୍ରମେ କଣାସ ଗୋଷ୍ଠୀ ସ୍ବାସ୍ଥ୍ଯ ଅଧିକାରୀ, ସରପଞ୍ଚ ଗିତାଞଳୀ ନାଥଶର୍ମାଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଏହି ସ୍ବାସ୍ଥ୍ଯ ମେଳା ଆୟୋଜିତ ହୋଇଥିଲା। ଭୁବନେଶ୍ୱର ଏମ୍ସ ହସପିଟାଲର ଆସୋସିଏଟ୍ ପ୍ରଫେସର ଡାକ୍ତର ପ୍ରଭାସ ରଂଜନ ତ୍ରିପାଠୀଙ୍କ ନେତୃତ୍ବରେ  କାର୍ଡିଓଲୋଜି ଡାକ୍ତର ଟୁଟନ ଦାଶ, ଡାକ୍ତର ଦିବ୍ୟଜ୍ୟୋତି ପଣ୍ଡା, ଡାକ୍ତର ଗାରିମା ଗୁଲାଟି, ଡାକ୍ତର ବିଦ୍ୟା କୁମାରୀ, ଡାକ୍ତର ଦେଭିନି ଲିଖିଦା ରୋଗୀମାନଙ୍କର ସ୍ବାସ୍ଥ୍ଯ ପରୀକ୍ଷା  କରିଥିବା ବେଳେ ୮ ଜଣ ଡାକ୍ତରୀ ଛାତ୍ର ଓ ଛାତ୍ରୀ ଏଥିରେ ସହଯୋଗ କରିଥିଲେ। ପ୍ରାୟ ୩୦୦ ରୋଗୀ ସେମାନଙ୍କ ସ୍ବାସ୍ଥ୍ଯ ପରୀକ୍ଷା କରି ମାଗଣା ମେଡିସିନ ନେଇଥିବା ବେଳେ ଗୁରୁତର ରୋଗୀମାନଙ୍କୁ ଅଧିକା ଚିକିତ୍ସା ପାଇଁ ଭୁବନେଶ୍ୱର ଏମ୍ସ ଓ ଅନ୍ୟ ହସପିଟାଲ ଯିବା ପାଇଁ ପରାମର୍ଶ ଦେଇଥିଲେ। ବକୁ ପଂଚାୟତ ରେ ଏମ୍ସ ଭଳି ଅଭିଞ ଡାକ୍ତରଙ୍କ ଦ୍ବାରା ସ୍ବାସ୍ଥ୍ଯ ପରୀକ୍ଷା କରି ରୋଗୀମାନେ ଏକ ପ୍ରକାର ଖୁସି ଥିବା ଲକ୍ଷ କରାଯାଇଥିଲା। ଗତ ଲଘୁଚାପଜନିତ ବନ୍ୟାରେ ଲୋକମାନେ ସଂକ୍ରମଣ ଥିବା ଓ ସେମାନଙ୍କ ସ୍ବାସ୍ଥ୍ଯ ପରୀକ୍ଷା କରିବା ଏହି ସ୍ବାସ୍ଥ୍ଯମେଳାର ମୁଖ୍ଯ ଲକ୍ଷ ଥିଲା।

ଜ୍ବର,ଥଣ୍ଡା,ବାନ୍ତି,କୁଣ୍ଡିଆ,ରୁତୁଶ୍ରାବ,ଆସ୍ତମା,ଛାତି ରୋଗୀଙ୍କ ସ୍ବାସ୍ଥ୍ଯ ପରୀକ୍ଷା କରାଯାଇଥିଲା।ଉକ୍ତ ପଂଚାୟତର ସମାଜସେବୀ ତଥା ଭୁବନେଶ୍ୱରରେ କାର୍ଯରତ ସାମ୍ବାଦିକ ସୁମନ୍ତ ସୁନ୍ଦରାୟ, ସମିତି ସଭ୍ୟ ସସ୍ମିତା ସାହୁ, ଆଶାକର୍ମୀ, ଅଙ୍ଗନଓ୍ବାଡୀ କର୍ମୀ ଓ ସେଛାସେବୀ ସମସ୍ତଙ୍କ ପ୍ରତ୍ୟକ୍ଷ ସହଯୋଗ ରେ ଉକ୍ତ ସ୍ବାସ୍ଥ୍ଯମେଳାକୁ ସଫଳ କରାଯାଉଥିବା ସୂଚନା ମିଳିଛି।

Post a Comment

0 Comments

Please Select Embedded Mode To show the Comment System.*