ସାମ୍ବାଦିକଙ୍କ ବିୟୋଗରେ ଶୋକସଭା ଅନୁଷ୍ଠିତ।

utkalnews7
By
0

 ସାମ୍ବାଦିକଙ୍କ ବିୟୋଗରେ ଶୋକସଭା ଅନୁଷ୍ଠିତ।



ଟାଙ୍ଗୀ/ନିରାକାରପୁର,୧୦।୯,(ଉତ୍କଳ ନ୍ୟୁଜ୍୭) : ନୟାଗଡ଼ ଜିଲ୍ଲାର ବରିଷ୍ଠ ସାମ୍ବାଦିକ କିଶ୍ବର ଚନ୍ଦ୍ର ମହାପାତ୍ରଙ୍କ ଅକାଳ ବିୟୋଗ ଘଟିଛି। ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସପିଟାଲରେ ଚିକିତ୍ସିତ ଅବସ୍ଥାରେ ଗତକାଲି ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ସେ ଥିଲେ ଓଡିଶା ଓ୍ବେବ ଆଣ୍ଡ ଡିଜିଟାଲ ମିଡିଆ ଓଡିଶା ସଂଘର ନୟାଗଡ଼ ଜିଲ୍ଲା ସଂପାଦକ। ତାଙ୍କର ଅକାଳ ବିୟୋଗରେ ନିରାକାରପୁର ସାମ୍ବାଦିକ ସଂଘ ପକ୍ଷରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ଞାପନ କରାଯାଇଛି। ଆଜି ସଂଧ୍ଯାରେ ସଂଘର ସଭାପତି ଦୀପକ ପ୍ରଧାନଙ୍କ ପୌରହିତ୍ଯରେ ସାମ୍ବାଦିକ ସଂଘ କାର୍ଯାଳୟରେ ଏକ ସଭାରେ କ୍ୟାଣ୍ଡେଲ ଜାଳି ଶ୍ରଦ୍ଧାଞ୍ଜଳୀ ପୂର୍ବକ ଅମର ଆତ୍ମାର ସଦଗତି ଓ ଶାନ୍ତି ପାଇଁ ନିରବ ପାର୍ଥନା କରାଯାଇଥିଲା। ସଂଘର ଉପ ସଭାପତି କପିଳେଶ୍ଵର ସିଂହ, ମୁଖପାତ୍ର ବିକ୍ରମ କେଶରୀ ସାହୁ, କୋଷାଧ୍ୟକ୍ଷ ହିମାଂଶୁ ଭୂଷଣ ଚଂପତିରାୟ, ପ୍ରକାଶ ବଳିୟାରସିଂଙ୍କ, ବିଭୁତି ଭୂଷଣ ଦାଶ ପ୍ରମୁଖ ଉପସ୍ଥିତ ଥିଲେ

Post a Comment

0 Comments

Please Select Embedded Mode To show the Comment System.*