ଆମ୍ ଆଦମୀ ପାର୍ଟିର ନୟାଗଡ଼ ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ।

utkalnews7
By
0

ଆମ୍ ଆଦମୀ ପାର୍ଟିର ନୟାଗଡ଼ ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ।


ନୟାଗଡ଼,୧୦।୯,(ଉତ୍କଳ ନ୍ୟୁଜ୍୭):ନୟାଗଡ଼ ସହର ସ୍ଥିତ ତ୍ରିନାଥ ହୋଟେଲ ସମ୍ମିଳନୀ କକ୍ଷରେ ନୟାଗଡ଼ ଜିଲ୍ଲା ଆମ୍ ଆଦମୀ ପାର୍ଟିର ଜିଲ୍ଲା ସମ୍ମିଳନୀ ଜିଲ୍ଲା ସଭାପତି ମାନସ ରଞ୍ଜନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ବହୁ ସକ୍ରୀୟ ସଦସ୍ୟ ଯୋଗ ଦେଇଥିଲେ। ଏହି ଅବସରରେ ଏକ ମିଶ୍ରଣ ପର୍ବର ମଧ୍ୟ ଆୟୋଜନ ହୋଇଥିଲା। ବହୁ ଯୁବକ ଓ ଆମ ଆଦମୀ ପାର୍ଟିକୁ ଭଲପାଉଥିବା ଅନେକ ନବାଗତ କର୍ମୀ ମଧ୍ୟ ଯୋଗଦେଇଥିଲେ। ବୈଠକରେ ଆମ ଆଦମୀ ପାର୍ଟି ରାଜ୍ୟ ସଭାପତି ନିଶିକାନ୍ତ ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ସଭାରେ ଜିଲ୍ଲାରେ ପାର୍ଟିର କ୍ଷୀପ୍ର ପ୍ରସାରପାଇଁ ଅନୁକୂଳ ପୃଷ୍ଠଭୂମି ରହିଛି ବୋଲି କହିଥିଲେ। ଭ୍ରଷ୍ଟାଚାର ମୁକ୍ତ ବିକଳ୍ପ ରାଜନୀତିକୁ ପସନ୍ଦ କରୁଥିବା ଅନେକ ଲୋକ ଆମ ସହିତ ଯୋଡି ହେଉଛନ୍ତି ବୋଲି ସେ କହିଥିଲେ। ସାଙ୍ଗଠନିକ ବିସ୍ତାର ଓ ଦୃଢତା ପାଇଁ ଏ ଜିଲ୍ଲା ସମ୍ମିଳନୀ ଡକାଯାଉଅଛି। ଆଗକୁ ନୟାଗଡ଼ ରାଜନୀତିରେ ଏକ ବିରାଟ ପରିବର୍ତ୍ତନ ଦେଖାଯିବ। ବୈଠକରେ ଯେଉଁମାନେ ଆପର ଆଦର୍ଶରେ ଅନୁପ୍ରାଣିତ ହୋଇ ପାର୍ଟିରେ ଯୋଗ ଦେଇଥିଲେ ସେମାନଙ୍କୁ ଶ୍ରୀ ମହାପାତ୍ର ପାର୍ଟିର ଟୋପି ପିନ୍ଧାଇ ସ୍ଵାଗତ କରିଥିଲେ ।ଏହି ବୈଠକରେ ଯେଉଁ ବରିଷ୍ଠ ଓ ସକ୍ରୀୟ ସଦସ୍ଯମାନେ ଉପସ୍ଥିତ ଥିଲେ ସେମାନେ ହେଲେ ନୟାଗଡ ଜିଲ୍ଲା ପ୍ରଭାରୀ ସୋମନାଥ ରାଉତ ଭୁବନେଶ୍ୱର ସଭାପତି ଜୟସୂର୍ଯ୍ୟ କାନୁନଗୋ, ଭୁବନେଶ୍ୱର ଉପ ସଭାପତି ଜିତେନ୍ଦ୍ର ପଟ୍ଟନାୟକ, ଅମୀୟ ଶର୍ମା, ରମାକାନ୍ତ ମହାପାତ୍ର, ପ୍ରଶାନ୍ତ ପାଇକରାୟ, ରଞ୍ଜନ ସ୍ୱାଇଁ, ମୋନାଲିସା ପ୍ରଧାନ, ଭାଗ୍ୟଲଷ୍ମୀ ନାୟକ, ମୁନା ମହାପାତ୍ର, ଅନ୍ତର୍ଯ୍ୟାମୀ ଦାସ, ବିଶ୍ୱଜିତ ଦାସ, ସମ୍ ସମରେନ୍ଦ୍ର ପ୍ରଧାନ, ଜଗନ୍ନାଥ ସାହୁ, ଭଜମନ ପରିଡା ଓ ଅନେକ ପ୍ରମୁଖ ସାଥିମାନେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ ମଣ୍ଡିତ କରିଥିଲେ ।

Post a Comment

0 Comments

Please Select Embedded Mode To show the Comment System.*