ଜାତୀୟ ପୁଷ୍ଟିକର ଦିବସ ପାଳିତ।

utkalnews7
By
0

ଜାତୀୟ ପୁଷ୍ଟିକର ଦିବସ ପାଳିତ




ଟାଙ୍ଗୀ,୧୦।୦୯,(ଉତ୍କଳ ନ୍ୟୁଜ୍୭): ଶିଶୁ ଓ ମାତୃ ମୃତ୍ୟୁହାର ଦୂର କରିବା ପାଇଁ ଗର୍ଭବତୀ ମହିଳାଙ୍କ ଠାରୁ ଆରମ୍ଭ କରି କୋମଳ ମତି ଶିଶୁମାନଙ୍କୁ ଉପଯୁକ୍ତ ଚିକିତ୍ସା ଓ ପୁଷ୍ଟିକର ଖାଦ୍ୟ ଯୋଗାଇ ଦେବା କ୍ଷେତ୍ରରେ ରାଜ୍ୟ ସରକାର ବିଭିନ୍ନ ଯୋଜନା ହାତକୁ ନେଇଛନ୍ତି।ଏହି ଅବସରରେ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକର ସୋରଣ ,ମାନସିଂହପୁରର ଅଙ୍ଗନୱାଡ଼ି କେନ୍ଦ୍ରର କର୍ମୀ, ପାଚିକା ଏବଂ ସ୍ବାସ୍ଥ୍ୟ କର୍ମୀ ମାନେ ଏକତ୍ରିତ ରାଲି କରି ଗାଁ ଗାଁ ବୁଲି ସଚେତନତା ବାର୍ତ୍ତା ଦେଇଛନ୍ତି।ବିଶେଷ କରି ଗର୍ଭବତୀ ମହିଳାଙ୍କ କ୍ଷେତ୍ରରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତି ମାସର ୯ ତାରିଖ ଦିନ ରାଜ୍ୟର ବିଭିନ୍ନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଦିବସ ପାଳନ ହୋଇଥାଏ। ଏହା ସହ ମାସର ପ୍ରତି ଶୁକ୍ରବାର ଦିନ ଉପସ୍ବାସ୍ଥ୍ୟକେନ୍ଦ୍ରରେ ବିଭିନ୍ନ ଗ୍ରାମରେ ସ୍ବାସ୍ଥ୍ୟକର୍ମୀମାନଙ୍କ ଦ୍ୱାରା ଅଙ୍ଗନୱାଡ଼ି କେନ୍ଦ୍ର ଏବଂ ଗ୍ରାମୀଣ ସ୍ୱାସ୍ଥ୍ୟ କେନ୍ଦ୍ରରେ ପୁଷ୍ଟିକର ଦିବସ ପାଳନ ହୋଇଥାଏ। ଏଥିରେ ଗର୍ଭବତୀ ମହିଳା ଓ କୋମଳମତି ଶିଶୁଙ୍କୁ ସ୍ବାସ୍ଥ୍ୟ ଓ ଖାଦ୍ୟପେୟ ସମ୍ପର୍କିତ ସଚେତନତା ପ୍ରଦାନ କରାଯାଇଥାଏ।ଏସବୁ କ୍ଷେତ୍ରରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରିଥାନ୍ତି। ଏହି ପୁଷ୍ଟିକର ଦିବସ ଚିଲିକା ବ୍ଲକ୍ ର ପ୍ରତ୍ୟେକ ଅଙ୍ଗନୱାଡି କେନ୍ଦ୍ରରେ ୧ ମାସ ଧରି ପାଳନ କରାଯିବ ବୋଲି ଚିଲିକା ସିଡିପିଓ ସୂଚନା ଦେଇଛନ୍ତି।

Post a Comment

0 Comments

Please Select Embedded Mode To show the Comment System.*