ନୟାଗଡ଼ ଜିଲ୍ଲା ପୋଲିସକୁ ମିଳିଲା ସଫଳତା,୫୧ମୋଟର ସାଇକେଲ ଜବତ,୫କୋର୍ଟ ଚାଲାଣ।

utkalnews7
By
0


ନୟାଗଡ଼,୧୦।୯,(ଉତ୍କଳ ନ୍ୟୁଜ୍୭): ନୟାଗଡ଼ ଟାଉନ ଥାନା ପାଲଟିଛି ମୋଟର ସାଇକେଲ ସୋରୁମ। ବିଭିନ୍ନ କମ୍ପାନୀର ଏତେ ପରିମାଣରେ ମୋଟର ସାଇକେଲ ଦେଖି ଆପଣ ଭାବୁଥିବେ ଥାନା ପରିସରରେ ଚାଲିଛି ମୋଟର ସାଇକେଲ ମେଳା। କିନ୍ତୁ ଆଜ୍ଞା ଏ ହେଉଛି ସବୁ ଲୁଟେରାଙ୍କ ଦ୍ୱାରା ଚୋରି ହୋଇଥିବା ମୋଟର ସାଇକେଲ। ରାଜ୍ୟର ବିଭିନ୍ନ ସ୍ଥାନରୁ ନିର୍ଜନ ସ୍ଥାନରୁ ଲୋକଙ୍କୁ ଟାର୍ଗେଟ କରି ବହୁ ନାମୀଦାମୀ ଗାଡ଼ିଗୁଡିକୁ ଚୋରି କରି ବିଭିନ୍ନ ଅପରାଧିକ କାର୍ଯ୍ୟରେ ନିୟୋଜିତ କରୁଥିଲେ ଏହି କୁଖ୍ୟାତ ଡ଼କାୟତ ଗ୍ୟାଙ୍ଗ। ପୋଲିସ ତରଫରୁ ଏହି ଗ୍ୟାଙ୍ଗକୁ ଧରିବା ପାଇଁ ସ୍ୱତନ୍ତ୍ର ଟିମ ଗଠନ କରାଯାଇଥିଲା।ଶେଷରେ ଧରାପଡିଥିଲେ ଏହି ଲୁଟେରା ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ସହ ୫ ଲୁଟେରା ମାନଙ୍କୁ ଗିରଫ କରିଛି ନୟାଗଡ଼ ଜିଲ୍ଲା ପୋଲିସ।ଗିରଫ ଲୁଟେରା ମାନେ ହେଲେ କଟକ ଜିଲ୍ଲା ନିଆଳି ଥାନା, ମଝିଆଖଣ୍ଡର ବୁଲୁ ଓରଫ ଅନିଲ ସାହୁ(୩୬), ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଥାନା ଅଞ୍ଚଳର ମିଟୁ ଓରଫ ନିଲୁ ପଲେଇ(୨୯), ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅଞ୍ଚଳର ଧୁଶା ଓରଫ ଦୁଷ୍ମତ ସାହୁ(୨୪), ବେଗୁନିଆ ଥାନା ଅଞ୍ଚଳର ଜଗା ଓରଫ ସଂଜୀବ କୁମାର ସାହୁ(୨୮), ବୌଦ୍ଧ ଜିଲ୍ଲା ହରଭଂଗା ଥାନା ଅଞ୍ଚଳର ଋତୁ ଓରଫ ଋତୁରାଜ ଦୀପ(୨୪)।ଏ ସମସ୍ତଙ୍କ ନାଁରେ ରାଜ୍ୟର ବିଭିନ୍ନ ଥାନାରେ ବହୁ ଅପରାଧିକ ମାମଲା ଥିବା ଜଣାପଡିଛି। ଜବତ ୫୧ଟି ଗାଡିର ଆନୁମାନିକ ମୂଲ୍ୟ ୪୦ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଚୋରୀ ହେବା ପରେ କୌଣସି ଥାନାରେ ଯଦି ଅଭିଯୋଗ କରିଥିବା ବ୍ୟକ୍ତିଙ୍କ ଗାଡ଼ି ଏହି ୫୧ଟି ଗାଡ଼ି ଭିତରେ ଥାଏ ତେବେ ସେମାନେ ନୟାଗଡ଼ ଟାଉନ ଥାନାକୁ ଆସି ଗାଡିର କାଗଜପତ୍ର ଯାଞ୍ଚ କରିନେବାକୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ନୟାଗଡ଼ ଏସ୍ପି ଅଲେଖ ଚନ୍ଦ୍ର ପହୀ।

Post a Comment

0 Comments

Please Select Embedded Mode To show the Comment System.*