ରେଳବାଇ ପୋଲିସର ଚଢ଼ାଉ ମୋବାଇଲ ଜବତ,ଜଣେ ଗିରଫ।

utkalnews7
By
0

ରେଳବାଇ ପୋଲିସର ଚଢ଼ାଉ ମୋବାଇଲ ଜବତ,ଜଣେ ଗିରଫ।



ଟାଙ୍ଗୀ,୨୬।୮,(ଉତ୍କଳ ନ୍ୟୁଜ୍୭):ଖୋର୍ଦ୍ଧା ରୋଡ଼ ରେଳଡିଭିଜନ ଅନ୍ତର୍ଗତ ନିରାକାରପୁର ରେଳବାଇ ପୋଲିସ ଫାଣ୍ଡି ଅଧିନ ବାଲୁଗାଁ ଷ୍ଟେସନରେ ଜଣେ ମୋବାଇଲ ଲୁଟେରା ଗିରଫ। ମିଳିଥିବା ସୂଚନା ଅନୁସାରେ, ନିରାକାରପୁର ଜିଆପି ଫାଣ୍ଡି ଅଧିକାରିଣୀ ଇନ୍ଦୁମତି ଶୁକ୍ଲା ଓ ଖୋର୍ଦ୍ଧା ରୋଡ ଆରପିଏଫଙ୍କ ମିଳିତ ଭାବେ ବାଲୁଗାଁ ଷ୍ଟେସନର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଜଣେ ଲୁଟେରାଙ୍କୁ ଧରି ତା ନିକଟରୁ ୨ଟି ମୋବାଇଲ ଫୋନ ଜବତ କରିଛନ୍ତି। ଜଣେ ଯୁବକ ସିକାକୁଲମରୁ ଭୁବନେଶ୍ୱର ଯାଉଥିବା ବେଳେ ଲୁଟେରା ଜଣଙ୍କ ସୁଯୋଗ ଉଣ୍ଡି ଯୁବକ ଜଣଙ୍କ ଠାରୁ ମୋବାଇଲ ଲୁଟ କରିଥିଲେ। ଏନେଇ ଯୁବକ ଜଣଙ୍କ ଜିଆରପି ପୋଲିସକୁ ଅଭିଯୋଗ କଲା ପରେ ପୋଲିସ ଅଚାନକ ବାଲୁଗାଁ ଷ୍ଟେସନରେ ଚଢ଼ାଉ କରି ମୋବାଇଲ ଲୁଟେରାକୁ ଧରିଛି। ଗିରଫ ଲୁଟେରା ଜଣଙ୍କ ହେଲେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅଞ୍ଚଳର କାହ୍ନା ସାହୁ। ଗିରଫ ଅଭିଯୁକ୍ତ ବିରୋଧରେ ଜିଆରପି ଫାଣ୍ଡିରେ ୧୧୨/୨୨ ରେ ଏକ ମାମଲା ରୁଜୁକରି କୋର୍ଟ ଚାଲାଣ କରିଥିବା ତଦନ୍ତ କାରୀ ଅଧିକାରିଣୀ ଇନ୍ଦୁମତି ଶୁକ୍ଳା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Post a Comment

0 Comments

Please Select Embedded Mode To show the Comment System.*