ରାଜସୁନାଖଳା ବିନାୟକ ସେବା ସଂଗଠନ ପକ୍ଷରୁ ସ୍ଵଛତା ହିଁ ସେବା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ।

utkalnews7
By
0

ରାଜସୁନାଖଳା ବିନାୟକ ସେବା ସଂଗଠନ ପକ୍ଷରୁ ସ୍ଵଛତା ହିଁ ସେବା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ।


ରଣପୁର,୨୬।୯,(ଉତ୍କଳ ନ୍ୟୁଜ୍୭): ନୟାଗଡ ଜିଲ୍ଲା ରଣପୁର ବ୍ଲକ  ଅନ୍ତର୍ଗତ ରାଜ ସୁନାଖଳା ପଞ୍ଚାୟତରେ ସ୍ବାସ୍ଥ୍ୟ,ପରିବେଶ ଦିଗରେ ଯୁବ ସରପଞ୍ଚ ଚିତ୍ତରଞ୍ଜନ ପ୍ରଧାନଙ୍କ ଆହ୍ଵାନରେ ଶ୍ରୀ ବିନାୟକ ସେବା ସଂଗଠନ ପକ୍ଷରୁ ଆଜି ସକାଳ ୬ ଘଣ୍ଟିକା ସମୟରେ ରାଜ ସୁନାଖଳାସ୍ଥିତ ରେଳ ଓଭର ବ୍ରିଜର ରାସ୍ତାକୁ ସ୍ୱଛତା ହିଁ ସେବା କାର୍ଯ୍ୟକ୍ରମରେ ସଫେଇ କରିଥିବାରୁ ଓ ଅଞ୍ଚଳରେ ବିଭିନ୍ନ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ମନ୍ଦିର ରାସ୍ତା ପର୍ଯ୍ୟନ୍ତ ଅଳିଆ ଆବର୍ଜ୍ଜନା ହେଉ ଅବା ଡ୍ରେନଗୁଡିକୁ ଯୁବ ପିଢ଼ି ମାନଙ୍କୁ ଧରି ସୁନାଖଳା ଅଞ୍ଚଳ କିଭଳି ପରିବେଶ ସୁରକ୍ଷା ଦ୍ଵାରା ସୁନାମ ଅର୍ଜନ କରିବ ସେହି ଦିଗରେ ତତ୍ପର ହୋଇ କାର୍ଯ୍ୟ କରୁଛନ୍ତି ।ଏହିସ୍ୱଚ୍ଛତା କାର୍ଯ୍ୟକ୍ରମରେ ସଂଗଠନର ୪୦ରୁ ଉର୍ଦ୍ଧ ସଦସ୍ୟ ଯୋଗଦେଇଥିଲେ । ପ୍ରତ୍ୟେକ ରବିବାର ଏଭଳି ସେବା କରିବାକୁ ମାନସ୍ଥ କରିଛନ୍ତି ବିନାୟକ ସେବା ସଂଗଠନର ସଦସ୍ୟ ଓ ରାଜ ସୁନାଖଳା ପଞ୍ଚାୟତର ଯୁବ ସରପଞ୍ଚ, ଚିତ୍ତରଞ୍ଜନ ପ୍ରଧାନ,ସମିତି ସଭ୍ୟ ତପନ ପ୍ରଧାନ,ଶ୍ରୀ ବିନାୟକ ସେବା ସଂଗଠନ ସମସ୍ତ କାର୍ଯ୍ୟକର୍ତ୍ତା ସମେତ ଅଞ୍ଚଳର ଯୁବକ ମାନେ ସୁନାଖଳା ପରିବେଶ ସୁରକ୍ଷା ପାଇଁ କାର୍ଯ୍ୟ କରିବାକୁ  ଯୁବ ସରପଞ୍ଚ ଚିତ୍ତରଞ୍ଜନ ପ୍ରଧାନଙ୍କ ଆହ୍ୱାନ ରେ ଅନୁପ୍ରାଣିତ ହୋଇ ଆପ୍ରାଣ ଉଦ୍ୟମ ଜାରି ରଖିଛନ୍ତି ।ତାଙ୍କର ଏଭଳି କାର୍ଯ୍ୟ କ୍ରମ ପାଇଁ ସ୍ଥାନୀୟ ଅଞ୍ଚଳ  ଗ୍ରାମବାସୀ ଓ ବୃଦ୍ଧିଯିଵୀ ମହଲରୁ ଉଚ୍ଚ ପ୍ରଂଶସା କରାଯାଇଛି ।

Post a Comment

0 Comments

Please Select Embedded Mode To show the Comment System.*