ଗୁହାରୀ କଲେ ଶୁଣିଲେନି କେହି,ଶେଷରେ ନିଜ ଗାଁ ରାସ୍ତା ନିଜେ ତିଆରିକଲେ ଗ୍ରାମବାସୀ।

utkalnews7
By
0


ଟାଙ୍ଗୀ,୩।୯,(ଉତ୍କଳ ନ୍ୟୁଜ୍୭):ଗତ ବର୍ଷ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା।ଠିକ୍ ସମୟରେ ରାସ୍ତା କାର୍ଯ୍ୟ ନକରିବାରୁ ବିଭାଗୀୟ ଯନ୍ତ୍ରୀ ଦୁଇ ଜଣଙ୍କୁ କାଦୁଅରେ ଚଲାଇଥିଲେ ଗ୍ରାମବାସୀ।ରାସ୍ତା କାର୍ଯ୍ୟ ସରିନପାରିବାରୁ ତାତିଥିଲେ ଗ୍ରାମବାସୀ। ନୂଆ ଜଗନ୍ନାଥ ସଡକ- ଗୋଳବାଇ ରାସ୍ତା କୁ ସଂଯୋଗ କରୁଥିବା ଭଗବତୀପଡା ଗ୍ରାମବାସୀ ଙ୍କ ଏକମାତ୍ର ରାସ୍ତା।ଜଳସେଚନ ବିଭାଗ ପକ୍ଷରୁ ନାଳ ସାଇଟ ରେ ସିମେଣ୍ଟ କଂକ୍ରିଟ ପାଚେରୀ (ଗାର୍ଡ   ଓ୍ବ।ଲ )କାମ ଯୋଗୁଁ ରାସ୍ତା ଟିକୁ ସଂପୂର୍ଣ୍ଣ କାଟାଯାଇ ତା ଉପରେ ଖାଲି ମାଟିପଡିଥିଲା ରାସ୍ତା କାର୍ଯ୍ୟ ହୋଇନଥିଲା ସାମାନ୍ୟ ବର୍ଷା ଯୋଗୁଁ ଉକ୍ତ ରାସ୍ତା ରେ ଚାଲିକି ଯିବା ସଂମ୍ଭବ ହୁଏନାହିଁ।ଏହି ରାସ୍ତା ମରାମତି ପାଇଁ ସ୍ଥାନୀୟ ଭଗବତୀପଡା ଗ୍ରାମବାସୀ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ।ହେଲେ ବିଭାଗୀୟ ଅଧିକାରୀ ରାଗ ରଖି ରାସ୍ତା କାର୍ଯ୍ୟ ପାଇଁ ସହଯୋଗ କରୁନଥିଲେ।ପରେ ରାସ୍ତା କାର୍ଯ୍ୟ କରିବା ପାଇଁ ସ୍ଥାନୀୟ ଗ୍ରାମବାସୀମାନେ ଟାଗିଂ ବିଡ଼ିଓ, ଜଳସେଚନ ବିଭାଗର ଅଧିକାରୀ, ଡ୍ରେନେଜ ବିଭାଗର ଅଧିକାରୀ, ଜିଲ୍ଲାପାଳ, ବିଧାୟକ,ସାସଂଦ ଓ ମୂଖ୍ୟମନ୍ତ୍ରୀ ଦପ୍ତର ପର୍ଯ୍ୟନ୍ତ ଯାଇଥିବା ବେଳେ ସ୍ଥାନୀୟ ଗ୍ରାମବାସୀ ମାନଙ୍କ କଥା କେହି ଶୁଣି ନଥିବାରୁ ସ୍ଥାନୀୟ ଭଗବତୀ ପଡା ଗ୍ରାମବାସୀ ଏକତ୍ରିତ ହୋଇ ଘରପିଛା ଚାନ୍ଦା ଆଦାୟ କରି ହାତରେ ଝୁଡି ଫାଉଡା ଧରି ନିଜ ଗାଁ ପାଇଁ ମିଳିମିଶି ରାସ୍ତା ନିର୍ମାଣ କରୁଛନ୍ତି।ସ୍ଥାନୀୟ ଲୋକେ ସରକାରଙ୍କ ପାତରଅନ୍ତର ନୀତି ଓ କାର୍ଯ୍ୟ ଧାରାକୁ ନାପସନ୍ଦ କରି ଅସନ୍ତୁଷ୍ଟ ବ୍ୟକ୍ତ କରିଛନ୍ତି।

Post a Comment

0 Comments

Please Select Embedded Mode To show the Comment System.*