ଟାଙ୍ଗୀ ଗଣେଶ ପୂଜାରେ ଆକର୍ଷଣୀୟ ସାଜସଜ୍ଜା ଓ ଶାନ୍ତି ଶୃଙ୍ଖଳା ପାଇଁ ପୁରସ୍କାର ପ୍ରଦାନ।

utkalnews7
By
0



ଟାଙ୍ଗୀ,୩।୯,(ଉତ୍କଳ ନ୍ୟୁଜ୍୭) : ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ସଦରମହକୁମା ରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ୪ ଦିନ ଧରି ବଡ ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି ଗଣେଶ ପୂଜା । ୩୮ ଟି ଅସ୍ଥାୟୀ ପୂଜା ମଣ୍ଡପରେ ବିଭିନ୍ନ କ୍ଲବ ଓ ଯୁବ ସଂଗଠନ ପକ୍ଷରୁ ଆୟୋଜିତ ଗଜାନନ ପୂଜା ଅନୁଷ୍ଠିତ ହୋଇଥିଲା । ପୂଜା ରେ ଅଂଶ ଗ୍ରହଣ କରିଥିବା ବିଭିନ୍ନ କ୍ଲବ ଓ ଯୁବ ସଂଗଠନ ମାନଙ୍କୁ ନେଇ ଟାଙ୍ଗୀ ଗ୍ରାମର ଅଗ୍ରଣୀ ଯୁବ ସଂଗଠନ ତଥା ଗିରି ଗୋବର୍ଦ୍ଧନ ଯୁବ ସଂଗଠନ ପକ୍ଷରୁ ଆୟୋଜିତ କରାଯାଇଥିଲା ବନ୍ଧୁତା ପୂର୍ଣ୍ଣ ଫୁଟବଲ ମ୍ୟାଚ୍ । ଏହି ଫୁଟବଲ ମ୍ୟାଚ୍ ରେ ବିଜେତା- ଉପ-ବିଜେତା ଦଳ ଏବଂ ଆକର୍ଷଣୀୟ ସାଜସଜ୍ଜା , ଶାନ୍ତି ଶୃଙ୍ଖଳା ରକ୍ଷା କରିବା ଇତ୍ୟାଦି କ୍ଷେତ୍ରରେ ପାରଦର୍ଶିତା ଥିବା ଯୁବ ସଂଗଠନ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଟାଙ୍ଗୀ ଗ୍ରାମର ଅଗ୍ରଣୀ ଯୁବ ସଂଗଠନ ତଥା ଗିରି ଗୋବର୍ଦ୍ଧନ ଯୁବ ସଂଗଠନ ପକ୍ଷରୁ ଆୟୋଜିତ ଏହି ପୁରସ୍କାର କାର୍ଯ୍ୟକ୍ରମ ରେ ଅତିଥି ଭାବରେ ଟାଙ୍ଗୀ ମିଡ଼ିଆ ସେବା ସଂଘର ସଭାପତି  ରବୀନ୍ଦ୍ର କୁମାର ରଣା , ଯୁବ ସଂଗଠକ ତଥା ଯୁବ ସମାଜସେବୀ ବସନ୍ତ କୁମାର ସାହୁ ଓ ରମେଶ ଚନ୍ଦ୍ର ବେହେରା ଯୋଗ ଦେଇ କୃତିତ୍ୱ ଅର୍ଜନ କରିଥିବା ଟାଙ୍ଗୀ ଗ୍ରାମର  ବ୍ଲୁ ଷ୍ଟାର କ୍ଲବ , କିଙ୍ଗ୍ସ କ୍ଲବ , ଗଣପତି କ୍ଲବ , ଏସ୍. ଏସ୍ କ୍ଲବ , ଗାଦିବ୍ରହ୍ମ କ୍ଲବ , ୟଙ୍ଗ୍ସ ଷ୍ଟାର କ୍ଲବ , ଲାୟନ୍ସ କ୍ଲବ , ୟୁନିକ୍ ଷ୍ଟାର କ୍ଲବ , ରୟାଲ୍ ଟାଇଗର୍ କ୍ଲବ , ଓମକାର ଗଣପତି କ୍ଲବ , ରଘୁନାଥ ଦେବ କ୍ଲବ ମାନଙ୍କୁ ଟ୍ରଫି ପ୍ରଦାନ କରିଥିଲେ । ଟାଙ୍ଗୀ ଗ୍ରାମର ଅଗ୍ରଣୀ ଯୁବ ସଂଗଠନ ତଥା ଗିରି ଗୋବର୍ଦ୍ଧନ ଯୁବ ସଂଗଠନର ସଭାପତି ତଥା ଟାଙ୍ଗୀ ବିକାଶ ପରିଷଦର ସଭାପତି ଗିରୀଶ କୁମାର ବେହେରା , ଯୁବ ସଂଗଠକ ନନ୍ଦ କିଶୋର ସ୍ୱାଇଁ , ସମର ମାଝୀ ପ୍ରମୁଖ ଏହି କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ ।

Post a Comment

0 Comments

Please Select Embedded Mode To show the Comment System.*