Ad Code

Responsive Advertisement

ପ୍ରତିଯୋଗିତା ରେ ଚାଲିଛି ଗଜାନନଙ୍କ ପୂଜାର୍ଚ୍ଚନା।


ବାଲୁଗାଁ,୨।୯,(ଉତ୍କଳ ନ୍ୟୁଜ୍୭): ପ୍ରତିଦ୍ବନ୍ଦିତା ରେ ଚାଲିଛି ଅଗ୍ରପୂଜ୍ୟ। ସାହି ସାହି ମଧ୍ୟରେ ଏବଂ କ୍ଲବ କ୍ଲବ ମଧ୍ୟରେ ଚାଲିଛି ପ୍ରତିଦ୍ବନ୍ଦିତା ସେ ପୁଣି ବିଘ୍ନରାଜ ଙ୍କର ସବୁଠାରୁ ଉଚ୍ଚତ୍ତମ ମୂର୍ତ୍ତିକୁ ନେଇ।ସୂଚନା ଅନୁସାରେ ଦୀର୍ଘ ଦୁଇ ବର୍ଷ ଧରି କୋରୋନା ର ତାଣ୍ଡବ ସମଗ୍ର ଓଡ଼ିଆ ଜାତିର ପର୍ବ ପର୍ବାଣୀ ରେ ରୋକ ଲଗାଇଥିଲା।  ସମଗ୍ର ଭାରତରେ ଶ୍ରୀ ଗଣେଶ ଙ୍କର ପୂଜା ମହାଆଡମ୍ବର ରେ ପାଳିତ ହେବା ସଙ୍ଗେ ସଙ୍ଗେ ବିଭିନ୍ନ ସ୍ଥାନ ମାନଙ୍କରେ ସାଜ ସଜା ଓ ମୃଣାଳ ମୂର୍ତ୍ତି କୁ ନେଇ ବିଭିନ୍ନ ପ୍ରତିଷ୍ଠାନ ମାନଙ୍କରେ ପ୍ରତିଯୋଗିତା ଲାଗିରହିଥିଲା। ଏହା କେବଳ ବଡ଼ ବଡ଼ ସହରାଞ୍ଚଳ ରେ ଦେଖିବାକୁ ମିଳୁଥିଲା କିନ୍ତୁ ବର୍ତ୍ତମାନ ଗ୍ରାମାଞ୍ଚଳ ରେ ମଧ୍ୟ ଏହିଭଳି ପ୍ରବୃତ୍ତି ଦେଖିବାକୁ ମିଳୁଛି। ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ର ପ୍ରତ୍ୟେକ କ୍ଲବ ଏବଂ ଗଳି କନ୍ଦି ରେ ଗଜାନନଙ୍କର ପୂଜା ମଣ୍ଡପ ଆଲୋକ ମାଳା ସହିତ ଫୁଲ ରେ ସୁସଜ୍ଜିତ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଏକ ପ୍ରକାର ଭାବନାତ୍ମକ ମାହୋଲ ସୃଷ୍ଟି କରୁଛି। ବିଭିନ୍ନ କ୍ଲବ ର ସଦସ୍ୟ ମାନଙ୍କ ସହ ଯୋଗା ଯୋଗ କରିବାରେ ଜଣା ପଡିଲା ଯେ ବଡ଼ ବଡ଼ ମୂର୍ତ୍ତି ସ୍ଥାପନ କରିବାର ମୁଖ୍ୟ ଲକ୍ଷ ଓଡ଼ିଶାର ଅନେକ ସହରରେ ପୂଜା ମଣ୍ଡପ କୁ ନେଇ ପ୍ରତିଯୋଗିତା ହେଉଥିବା ବେଳେ ବାଲୁଗାଁ ସହରରେ ମଧ୍ୟ ଏହି ଭଳି କରିବା ପାଇଁ ଚେଷ୍ଟା କରୁଛୁ।


 ଯାହାଦ୍ୱାରା ଆଗାମୀ ଦିନମାନଙ୍କରେ ଗଣେଶ ପୂଜାକୁ ନେଇ ଆମ ଅଞ୍ଚଳ ମଧ୍ୟ ପ୍ରସିଦ୍ଧ ହୋଇପାରିବ। ବାଲୁଗାଁ ଗୁଣ୍ଡୁରୀପୁର ସାହିର ଗଣପତି କ୍ଲବ ୧୨ ଫୁଟ ଉଚ୍ଚତା ର ମୂର୍ତ୍ତି ସ୍ଥାପନା କେଇଥିବା ବେଳେ ପାଟଣା ସାହି ଏ କଣ୍ଢେଇ କ୍ଲବ ୧୦ ଫୁଟ ମୂର୍ତି ପୂଜା ପେଣ୍ଡାଳରେ ସ୍ଥାପନା କରିଛନ୍ତି। ଅନୁରୂପ ଭାବେ ଚକ୍ରଧରପୁର ଏ ଆର ସି କ୍ଲବ ୧୩ ଫୁଟ  ମୂର୍ତ୍ତି ଏବଂ ଚିଲିକା ରୋଡ଼ ର ଜୟ ମାତାଦୀ ୟୁଥ କ୍ଲବ ୧୨ ଫୁଟର ମୂର୍ତ୍ତି ସ୍ଥାପନା କରି ପୂଜା କରୁଛନ୍ତି। ଏହି ଭଳି ପ୍ରତିଯୋଗିତା ସ୍ଥାନୀୟ ଅଞ୍ଚଳରେ ଏକ ପ୍ରକାର ଖୁସିର ମାହୋଲ ଦେଖିବାକୁ ମିଳିଛି। ସ୍ଥାନୀୟ ଲୋକମାନଙ୍କ ଅଭିଯୋଗ ଅନୁସାରେ ପ୍ରଶାସନ ନିୟମକୁ ମାନି ଏକା ସାଙ୍ଗରେ ବିସର୍ଜନ ଶୃଙ୍ଖଳିତ ଭାବରେ କଲେ ଆହୁରି ସଫଳ ହୋଇପାରିବ।

Post a Comment

0 Comments