କେନାଲରେ ବୁଡି ୪ ବର୍ଷ ଶିଶୁକନ୍ୟାର ମୃତ୍ୟୁ।

କେନାଲରେ ବୁଡି ୪ ବର୍ଷ ଶିଶୁକନ୍ୟାର ମୃତ୍ୟୁ।


ଢେଙ୍କାନାଳ,୧୮।୯,(ଉତ୍କଳ ନ୍ୟୁଜ୍୭) :କେନାଲରେ ବୁଡ଼ି ୪ବର୍ଷର ନାବାଳିକାର ମୃତ୍ୟୁ।ଏପରି ଏକ ହୃଦୟ ବିଦାରକ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଜିରିଡାମାଳି ଗ୍ରାମରେ।ଜିରିଡାମାଳ ଗ୍ରାମ ଦେଇ ଯାଇଥିବା ରେଙ୍ଗାଳୀ ବାମପାର୍ଶ୍ୱ କେନାଲରେ ବୁଡି ୪ ବର୍ଷର ଶିଶୁକନ୍ୟାର ମୃତ୍ୟୁ ହୋଇଛି । ମୃତ୍ୟୁ ଶିଶୁ ଜଣଙ୍କ ଜିରିଡାମାଳି ଗାଁ କେନାଲ ସାହିର ବାପୁନ ଚମ୍ପିଆଙ୍କ ଝିଅ ସିମେଲ ଚମ୍ପିଆ ବୋଲି ଜଣାପଡିଛି । ସିମେଲ ନିଜ ସାଙ୍ଗମାନଙ୍କ ସହିତ କେନାଲ ପାଖରେ ଖେଳୁଥିବା ବେଳେ ଅସାବଧାନତା କାରଣରୁ କେନାଲର ଜଳସ୍ରୋତରେ ଭାସି ଯାଇଥିଲେ । ସ୍ଥାନୀୟ ଲୋକମାନେ ସିମେଲକୁ ଉଦ୍ଧାର କରି କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରିଥିଲେ । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏ ନେଇ ଗାଁରେ ଶୋକାକୂଳ ପରିବେଷଣ ସୃଷ୍ଟି ହୋଇଛି।

Previous Post Next Post