ବିଜେପିର ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ।

utkalnews7
By
0

 


ରଣପୁର/ରାଜସୁନାଖଳା,୧୨।୧୦,(ଉତ୍କଳ ନ୍ୟୁଜ୍୭) : ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ ଅନ୍ତର୍ଗତ କୋଟଗଡ଼ ସ୍ଥିତ କଲ୍ୟାଣୀ ମଣ୍ଡପ ପରିସରରେ ଆଜି ମଧ୍ୟାହ୍ନ ୧୨ଘଣ୍ଟିକା ସମୟରେ ରାଜସୁନାଖଳା ମଣ୍ଡଳର ମଣ୍ଡଳ ସଭାପତି ଜୟନ୍ତ ନାୟକଙ୍କ ସଭାପତିତ୍ୱରେ,ରାଜସୁନାଖଳା ମଣ୍ଡଳ ବିଜେପିର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ପୁରୀ ସାଂସଦ ପ୍ରାର୍ଥୀ ତଥା ଜାତୀୟ ପର୍ଯ୍ୟଟନ ଅଧକ୍ଷ ଓ ବିଜେପି ମୁଖପାତ୍ର ଡ଼ଃ.ସମ୍ବିତ ପାତ୍ର,ରଣପୁର ପୂର୍ବତନ ବିଧାୟିକା ତଥା ପୂର୍ବତନ ସମବାୟ ମନ୍ତ୍ରୀ ସୁରମା ପାଢ଼ୀ , ନୟାଗଡ଼ ଜିଲ୍ଲା ସାଧାରଣ ସମ୍ପାଦକ ତାପସ ରଞ୍ଜନ ମାର୍ଥାଙ୍କ ସମେତ ମଞ୍ଚାସିନ ଅତିଥି ମାନେ ଭାରତ ମାତାଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରି ସଭା ଆରମ୍ଭ କରିଥିଲେ। ଏହି ବୈଠକରେ ଜିଲ୍ଲା ବିଜେପି ସମ୍ପାଦକ ଟୁନା ମିଶ୍ର,ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଭୁବନେଶ୍ୱରୀ ସାହୁ,ସତ୍ୟନାରାୟଣ ମହାପାତ୍ର, ପୂର୍ବତନ ସମିତି ସଭ୍ୟl ଭୁବନେଶ୍ୱରୀ ସାହୁ ,ମଞ୍ଚ ପରିଚାଳନା କରିଥିଲେ, ମନୋଜ କୁମାର ନାୟକ, ମହେଶ୍ୱର ସାହୁ, ସରୋଜ କୁମାର ସାହୁ, କୈଳାସହ ସାହୁ, ବିଜୟକୁମାର ସାହୁ ସମେତ ୧୦ଗୋଟି ଗ୍ରାମପଞ୍ଚାୟତର ବହୁ ବିଜେପି କର୍ମକର୍ତ୍ତା ଓ କର୍ମୀ ଯୋଗଦେଇ ମୋଦି ସରକାରଙ୍କ ଜନହିତକରି ଯୋଜନାକୁ ଲୋକମାନଙ୍କ ନିକଟରେ ପହଁଚାଇବା ସହ ଆଗାମୀ ନିର୍ବାଚନରେ ବିଜେପି ଦଳକୁ ବହୁ ସଂଖ୍ୟାରେ ଭୋଟ ଦେଇ ବିଜୟୀ କରିବା ଲାଗି ସପଥ ନେଇଥିବା ଜଣାପଡିଛି।

ରାଜସୁନାଖଳା ରୁ ଯଦୁନାଥ ସାମନ୍ତରାୟ ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ୍୭

Post a Comment

0 Comments

Please Select Embedded Mode To show the Comment System.*