ଟାଙ୍ଗୀରେ ପାଗଳ ମାଙ୍କଡ଼ କାମୁଡାରେ ୫ଆହତ,ଜଣେ ଗୁରୁତର।

utkalnews7
By
0



ଟାଙ୍ଗୀ,୧୨/୧୦: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବନାଞ୍ଚଳ ରେଞ୍ଜ ଅଧିନ ଟାଙ୍ଗୀ ଅଞ୍ଚଳରେ ପାଗଳ ମାଙ୍କଡ଼ କାମୁଡାରେ ୫ରୁ ଉର୍ଦ୍ଧ୍ବ ବ୍ୟକ୍ତି ଆହାତ ହୋଇଥିବା ବେଳେ ଜଣେ ବ୍ୟକ୍ତି ଗୁରୁତର ଅହାତ ଅବସ୍ଥାରେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ଜଣାପଡିଛି।ସୂଚନାଯୋଗ୍ୟ ଯେ,ଗତ କିଛିମାସ ପୂର୍ବରୁ ଟାଙ୍ଗୀ ବନାଞ୍ଚଳ ରେଞ୍ଜ ଅନ୍ତର୍ଗତ ଟାଙ୍କୋଳ ଗ୍ରାମରେ ପାଗଳ ମାଙ୍କଡ଼ ଆତଙ୍କ ଖେଳାଇଥିଲା।ବନ ବିଭାଗ  ପକ୍ଷରୁ ନନ୍ଦନକାନନ ରୁ ଏକ ଟିମ୍ ଆସି ପାଗଳ ମାଙ୍କଡ଼କୁ କାବୁ କରିଥିଲା।ଏହି ଘଟଣାର ପୂନର୍ବାର ଟାଙ୍ଗୀ ଅଞ୍ଚଳରେ ଦେଖିବାକୁ ମିଳିଛି। ପାଗଳ ମାଙ୍କଡକୁ ନେଇ ଭୟବିତ ଟାଙ୍ଗୀ ଗ୍ରାମବାସୀ।ତେବେ  ଏହି ପାଗଳମାଙ୍କଡ଼ ଟାଙ୍ଗୀ ଗ୍ରାମର ୫ଜଣ କାମୁଡି ଥିବା ବେଳେ ଆଜି ସନ୍ଧ୍ୟା ସମୟରେ ନିଜ ଦୋକାନରେ ବସିଥିବା ଟାଙ୍ଗୀ ଗଉଡ଼ ସାହିର ରଙ୍କନାଥ ସେଠୀ (୫୮)ଙ୍କୁ ବେଳେ ପାଗଳ ମାଙ୍କଡ଼ ଆସି ତାଙ୍କୁ କାମୁଡି ଦେଇ ପଳେଇ ଯାଇଥିବା ବେଳେ ଏବେ ସେ ଟାଙ୍ଗୀ ମେଡିକାଲ ରେ ଚିକିତ୍ସା ହୋଇ ଥିବାଜଣା ପଡିଛି।ଏନେଇ ଟାଙ୍ଗୀ ବନାଞ୍ଚଳ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

Post a Comment

0 Comments

Please Select Embedded Mode To show the Comment System.*