ବାଲୁଗାଁ,୨୦।୧୧,(ଉତ୍କଳ ନ୍ୟୁଜ୍୭): ପରିବାର ପ୍ରତିପୋଷଣ ଲାଗି ସୁଦୂର ଓମାନ ଯାଇଥିବା ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅଞ୍ଚଳର ଜଣେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ମୃତକ ଶ୍ରମିକ ହେଲେ ବାଣପୁର ଥାନା ଅନ୍ତର୍ଗତ ବିରକେଶପୁର ଗ୍ରାମର ବାବୁଲି ବିଶ୍ଵାଳ (୪୭) । ତେବେ ମୃତ୍ୟୁ ର କାରଣ ଅସ୍ପଷ୍ଟ ରହିଛି । ମୃତ୍ୟୁ ଘଟଣାକୁ ୮ ଦିନ ବିତି ଯାଇଥିଲେ ମଧ୍ୟ ଭିଟାମାଟିକୁ ଶବ ପଠାଇବା ପାଇଁ ଉକ୍ତ କମ୍ପାନୀ କର୍ତ୍ତୃପକ୍ଷ କୈାଣସି ପଦକ୍ଷେପ ଗ୍ରହଣ କରୁ ନଥିବାରୁ ପରିବାର ଲୋକେ ଆଶଙ୍କାରେ ଦିନ କାଟୁଛନ୍ତି । ତୁରନ୍ତ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ଏହି ଘଟଣାରେ ହସ୍ତକ୍ଷେପ କରି ଶବ ଫେରେଇ ଆଣିବା ସହ ମୃତ୍ୟୁର ସଠିକ୍ ତଦନ୍ତ ଏବଂ ଆର୍ଥିକ ସହାୟତା ଲାଗି ପତ୍ନୀ ସଂଯୁକ୍ତା ବିଶ୍ଵାଳ ଆକୁଳ ନିବେଦନ କରିଛନ୍ତି । ଘଟଣାରୁ ଜଣାଯାଇଛି ବିରକେଶପୁର ଗ୍ରାମର ବାବୁଲି ୨୦୧୩ ମସିହାରେ ଓମାନକୁ କାର୍ଯ୍ୟ କରିବା ପାଇଁ ଯାଇଥିଲେ । ସେଠାରେ ସେ ଏକ କମ୍ପାନୀରେ ମିସ୍ତ୍ରୀ ଭାବେ କାର୍ଯ୍ୟରତ ଥିବା ବେଳେ ଗତ ୧୧ ତାରିଖରେ ବାବୁଲିଙ୍କ ମୃତ୍ୟୁ ଖବର ସମ୍ପର୍କରେ ଉକ୍ତ କମ୍ପାନୀ ମ୍ୟାନେଜର ପରିବାର ଲୋକଙ୍କୁ ଅବଗତ କରାଇଥିଲେ । ପରିବାର ଲୋକେ ମୃତ୍ୟୁର କାରଣ ପଚାରିବାରୁ କୈାଣସି ସନ୍ତୋଷଜନକ ଉତ୍ତର ମିଳି ନଥିଲା । ତେବେ ବାବୁଲିଙ୍କ ମୃତଦେହ ନିଜ ଗାଁ କୁ ପଠାଇବା ପାଇଁ ଅନୁରୋଧ କରିଥିଲେ ମଧ୍ୟ କମ୍ପାନୀ କର୍ତ୍ତୃପକ୍ଷ ଏ ପର୍ଯ୍ୟନ୍ତ କୈାଣସି ପଦକ୍ଷେପ ନେଇ ନଥିବା ଜଣାଯାଇଛି । ଅନ୍ୟ ପକ୍ଷରେ ବାବୁଲିଙ୍କ ଶବକୁ ଚାହିଁ ପରିବାର ଲୋକେ ଭୋକ ଉପାସରେ ଦିନ କାଟୁଛନ୍ତି । ଏ ସମ୍ପର୍କରେ ପତ୍ନୀ ସଂଯୁକ୍ତା ମୁଖ୍ୟମନ୍ତ୍ରୀ, ରାଜ୍ୟ ଶ୍ରମ କମିଶନର, ଶ୍ରମମନ୍ତ୍ରୀ, ଖୋର୍ଦ୍ଧା ଜିଲ୍ଲାପାଳ, ପ୍ରଧାନମନ୍ତ୍ରୀ, ବୈଦେଶିକ ବ୍ୟାପାର ମନ୍ତ୍ରୀ, ଭାରତ ଏବଂ ଓମାନ ରାଷ୍ଟ୍ରଦୂତ , ବାଲୁଙ୍ଗାଁ ସରକାରୀ ଅଧିକାରୀ ସମେତ ସ୍ଥାନୀୟ ସମସ୍ତ ପ୍ରସାଶନିକ ଅଧିକାରୀଙ୍କ ନିକଟକୁ ଅଭିଯୋଗ ପତ୍ର ପଠାଇଛନ୍ତି । ତୁରନ୍ତ ଏଦିଗରେ ପଦକ୍ଷେପ ଗ୍ରହଣ କରିବା ପାଇଁ ଉକ୍ତ ଅଭିଯୋଗ ପତ୍ରରେ ଉଲ୍ଲେଖ କରାଯାଇଛି ।

Tags:
banpur
Bhubaneswar
Breaking news
Cuttack
Khordha
New Delhi
Political news
update odisha
ଚିଲିକା ନ୍ୟୁଜ୍