ରଣପୁର, ୧୩।୧୨, (ଉତ୍କଳ ନ୍ୟୁଜ୍୭) : ରଣପୁର ଅଞ୍ଚଳର ଆଦର୍ଶ ଶିକ୍ଷକ ଭାବରେ ପରିଚିତ କଂସାରୀ ସାହିର ଅବସର ପ୍ରାପ୍ତ ଶିକ୍ଷକ ରାମଚନ୍ଦ୍ର ସାହୁଙ୍କ ଆଜି ସକାଳୁ ଦେହାନ୍ତ ହୋଇ ଯାଇଛି | ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ହୋଇଥିଲା | ସେ ଜଣେ ଆଦର୍ଶ ଶିକ୍ଷକ, ଛାତ୍ର ବତ୍ସଳ ଓ ପରୋପକାରୀ ଥିଲେ | ତାଙ୍କର ବିଜ୍ଞାନ କ୍ଷେତ୍ରରେ ଅଗାଧ ଜ୍ଞାନ ଥିଲା | କୁନି କୁନି ଶିଶୁମାନଙ୍କ ପାଇଁ ବିଭିନ୍ନ ପ୍ରକଳ୍ପ ନିର୍ମାଣରେ ତାଙ୍କର ବହୁ ଆଗ୍ରହ ଥିଲା | ତେଣୁ ସେ କୁନି ବିଜ୍ଞାନୈକ ନାମରେ ପରିଚିତ ଥିଲେ | ପୁରୀ ସ୍ୱର୍ଗ ଦ୍ୱାରରେ ତାଙ୍କର ଶବ ସତ୍କାର କାର୍ଯ୍ୟ ସମ୍ପନ୍ନ ହୋଇଥିବା ଜଣା ପଡିଛି |