ରାଜସୁନାଖଳାରେ ୨୦ତମ ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ।

utkalnews7
By
0

 


ରଣପୁର,୨୪।୧୨,(ଉତ୍କଳ ନ୍ୟୁଜ୍୭) : ଫ୍ରେଣ୍ଡସ ସ୍ପୋର୍ଟସ କ୍ଲବ୍ ରାଜସୁନାଖଳା ଆନୁକୂଲ୍ୟରେ ରାଜସୁନାଖଳା ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ଆୟୋଜିତ ୨୦ତମ ରାଜ୍ୟ ସ୍ତରୀୟ ଫୁଟବଲ  ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହେଇଛି। ଫ୍ରେଣ୍ଡସ ସ୍ପୋର୍ଟସ କ୍ଲବର ସଭାପତି ଶ୍ରୀଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ନାୟକଙ୍କ ତତ୍ତ୍ଵାବଧାନରେ ମା କାଉଁରୀ ଦେବୀଙ୍କ ଅଖଣ୍ଡ ଦୀପରୁ ମଶାଲ ଜଳାଇ ଏକ ବିରାଟ ଶୋଭାଯାତ୍ରା । ଗ୍ରାମ ପରିକ୍ରମା କରି ଖେଳ ପଡିଆରେ ପହଁଚି ଥିଲା। ମୁଖ୍ୟ ଅତିଥି ଭାବେ ବୋଲଗଡ଼ ବେଗୁନିଆ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ଶ୍ରୀଯୁକ୍ତ ରାଜେନ୍ଦ୍ର କୁମାର ସାହୁ, ବୋଲଗଡ଼ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ହୁଲ୍ଲାସ ପ୍ରଧାନ ଏବଂ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରକାଶ କୁମାର ସାହୁ। ଫୋଟେରେ ଧୂପ,ଦୀପ ପ୍ରଦାନ କରି ଉଦଘାଟନ କରିଥିଲେ। ଉତ୍କଳ ସ୍ପୋଟିଙ୍ଗ ଜଟଣୀ ଓ ଏଫ ଏମ ଏ ଭୁବନେଶ୍ୱର ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚର ମୁଖ୍ୟ ରେଫରି ସକ୍କାବତ ଖାନ ସହିତ  ରବିନାରାୟଣ ରଣ ଏବଂ ଲକ୍ଷ୍ମୀଧର ଚୌଧୁରୀ ଲାଇନରେ ରହି ଖେଳକୁ ପରିଚାଳନା କରି ଥିଲେ।ଏହି ମ୍ୟାଚରେ ଉତ୍କଳ ସ୍ପୋଟିଙ୍ଗ ଜଟଣୀ ୨-୧ ଗୋଲରେ ବିଜୟୀ ଘୋଷିତ ହେଇଛି। ଧାରା ବିବରଣୀ ପ୍ରଦାନ କରିଥିଲେ ବଲ୍ଲଭ ପ୍ରଧାନ, ସମ୍ବିତ କୁମାର ସାହୁ , ସ୍ଥାନୀୟ ସରପଞ୍ଚ ଶ୍ରୀଯୁକ୍ତ ଚିତ୍ତ ରଞ୍ଜନ ପ୍ରଧାନ ଓ ଫ୍ରେଣ୍ଡସ ସ୍ପୋର୍ଟସ କ୍ଲବର ସମସ୍ତ ସଭ୍ୟ ବୃନ୍ଦ ଉପସ୍ଥିତ ରହି ଖେଳକୁ ଶାନ୍ତି ଶୃଙ୍ଖଳାର ସହ ଖେଳ କରାଇ ବାରେ ସହାୟତା କରିଥିଲେ।

Post a Comment

0 Comments

Please Select Embedded Mode To show the Comment System.*