ବଧିପାଟଣା ଗ୍ରାମରେ ଟାଟା ପାୱାର ର ଅନ୍ୟାୟ ବିଦ୍ୟୁତ କାଟ ପ୍ରତି ବାଦରେ ଉପଭୋକ୍ତାଙ୍କ ଗଣଧାରଣା ।

utkalnews7
By
0


ରାଜସୁନାଖଳା/ରଣପୁର,୨୩।୧୨,(ଉତ୍କଳ ନ୍ୟୁଜ୍୭) : ଟାଟା ପାୱାର କର୍ପୋରେସନ ଓଡିଶା ଡିଷ୍ଟ୍ରିବୁଟର ଲିମିଟେଡ଼ (TPCODL) ର ରାଜସୁନାଖଳା ବିଭାଗ ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତ ବଧିପାଟଣା ଗ୍ରାମର ଆଦିବାସୀ ସାହିରେ ବିନା ନୋଟିସିରେ ଅନ୍ୟାୟ ଭାବେ ଗତ ପାଞ୍ଚ ଦିନ ହେଲା  ବିଦ୍ୟୁତ କାଟି ଦେଇଥିବାରୁ ଏହାର ପ୍ରତିବାଦରେ ଆଜି ରଣପୁର ବ୍ଲକ ବିଦ୍ୟୁତ ଉପଭୋକ୍ତା ସଂଗ୍ରାମ  ସମିତି ତରଫରୁ ଗଣଧାରଣା ଅନୁଷ୍ଠିତ ହୋଇଥିଲା।ଉକ୍ତ ସାହିରେ ପ୍ରାୟ ୨୫ ଜଣ ଉପଭୋକ୍ତା ବିଦ୍ୟୁତ ସଂଯୋଗ ରେ ଥିବା ବେଳେ ଗତ କୋଭିଡ଼ି ସମୟରେ ବିଦ୍ୟୁତ କର୍ମଚାରୀ ମାନେ ଠିକରେ ମାସିକ ଦେୟ ଆଦାୟ ନକରିବା,ମିଟର ରିଡିଙ୍ଗ ରେ ସମସ୍ୟାଥିବା ଓ ମାସିକ ଜମା ଆଦାୟରେ ଅନିୟମିତତା ଯୋଗୁଁ କିଛି ଉପଭୋକ୍ତାଙ୍କ ଫି. ଅନ୍ୟାୟ ଭାବେ ବଢିଛି ଓ ଏହାର ଆବଶ୍ୟକ ସଂଶୋଧନ ହୋଇ ପାରି ନାହିଁ।କିନ୍ତୁ କିଛି ଉପଭୋକ୍ତା ଧାରାବାହିକ ଦେୟ ଦେଇ ମାତ୍ର ୧୧୦ଟଙ୍କାରୁ ୫୦୦ଟଙ୍କା ରହିଥିଲା ବେଳେ ସେମାନଙ୍କର ପୈଠ ନ ନେଇ ଅନ୍ୟାୟ ଭାବେ ଟାଟା ପାୱାର କର୍ମଚାରୀ ମାନେ ସମ୍ପୂର୍ଣ୍ଣ ବିଦ୍ୟୁତ କାଟି କଟାଉଟୁ ନେଇଯିବା ଏକ ଘୋର ଅନ୍ୟାୟ ବୋଲି ନେତୃତ୍ୱ ମାନେ ଅଭିଯୋଗ କରିଥିଲେ। ଉପଭୋକ୍ତା ମାନେ ଅତିଗରିବ ଏବଂ ମୂଲିଆ ଶ୍ରେଣୀ ପରିବାରର ହୋଇଥିବାରୁ ବକେୟା ଥିବା ଦେୟକୁ ସରଳ କିସ୍ତିରେ ମାସକୁ ମାସ ନେବା,ଅନିୟମିତ ଭାବେ ବୃଦ୍ଧି ହୋଇଥିବା ଫି. କୁ ସଂଶୋଧନ କରିବା ସହ ଆଜି ତୁରନ୍ତ ବିଦ୍ୟୁତ ସଂଯୋଗ ପାଇଁ ଆନ୍ଦୋଳନ କାରୀ ମାନେ ଫାଟକ ସମ୍ମୁଖରେ ରାସ୍ତାଉପରେ ଅଡ଼ି ବସିବାରେ ବେଗୁନିଆ ର ବିଦ୍ୟୁତ ଅଧିକାରୀ ହସ୍ତକ୍ଷେପ କରିଥିଲେ ଓ ତୁରନ୍ତ ବିଦ୍ୟୁତ ସଂଯୋଗ କରିବା ପାଇଁ ବିଭାଗୀୟ କନିଷ୍ଟ ଯନ୍ତ୍ରୀ ଶ୍ରୀ ଆଚାରୀଙ୍କୁ ନିର୍ଦ୍ଦେଶ ଦେବାରେ ଯୁଦ୍ଧକାଳୀନ ଭିତ୍ତିରେ ବିଦ୍ୟୁତ ସଂଯୋଗ କରାଯାଇଥିଲା।ଆନ୍ଦୋଳନ କାରୀଙ୍କ ଠାରୁ ଏକ ଦାବିପତ୍ର କନିଷ୍ଟ ଯନ୍ତ୍ରୀଙ୍କ ତରଫରୁ ଅନ୍ୟତମ କର୍ମଚାରୀ ସାରଦା ପ୍ରସାଦ ସାହୁ ଗ୍ରହଣ କରିବା ସହ ସମସ୍ତଙ୍କ ବିଦ୍ୟୁତ ସଂଯୋଗ କରାଯିବ ବୋଲି ପ୍ରତିଶ୍ରୁତି ଦେବାରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।ଏହି ଆନ୍ଦୋଳନରେ ସଂଗ୍ରାମ ସମିତିର ଆବାହକ ସୁରେଶ ସ୍ବାଇଁ,ଯୁଗ୍ମ ଆବାହକ ସବ୍ୟସାଚୀ ସେନାପତି,ସରପଞ୍ଚ ତ୍ରିନାଥ ରାଉତ,ଶ୍ୟାମସୁନ୍ଦର ସାମନ୍ତରାୟ,ମହିଳା ନେତ୍ରୀ ବସନ୍ତି ନାଏକ  ନେତୃତ୍ୱ ନେଇଥିଲେ।

Post a Comment

0 Comments

Please Select Embedded Mode To show the Comment System.*